ନୂଆଦିଲ୍ଲୀ: ସରକାର ପଞ୍ଜୀକରଣ ରଦ୍ଦ କରିଥିବା କଂପାନିଗୁଡ଼ିକର ସମ୍ପତ୍ତି ଉପରେ ନଜର ପକାଇଛନ୍ତି। ଏଭଳି କଂପାନିଗୁଡ଼ିକର ଯେଉଁ ସବୁ ସମ୍ପତ୍ତି ରହିଛି ତାହା ଚିହ୍ନଟ କରିବାକୁ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ କୁହାଯାଇଛି। କଂପାନିଗୁଡ଼ିକର ସମ୍ପତ୍ତିକୁ ନେଇ ଯେଭଳି କୌଣସି ପ୍ରକାର କାରବାର ହୋଇନପାରିବ ତାହା ନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ କୁହାଯାଇଛି। କେବଳ ସେତିକି ନୁହେଁ ଏହି କଂପାନିଗୁଡ଼ିକର କାରବାର କରିବାରେ ସହାୟତା କରିଥିବା ଅଧିକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ରାଜ୍ୟଗୁଡ଼ିକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର କାରବାର ନକରି ନିଷ୍କ୍ରିୟ ରହିଥିବା ୨.୨୫ ଲକ୍ଷ କଂପାନିର ପଞ୍ଜୀକରଣକୁ ରଦ୍ଦ କରିସାରିଛନ୍ତି। ଏହି ସବୁ କଂପାନିଗୁଡ଼ିକ ସହିତ ସମ୍ପୃକ୍ତ ଥିବା ନିର୍ଦେଶକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ସରକାର କଳାଧନ ବିରୋଧରେ ଜାରି ରଖିଥିବା ଲଢ଼େଇ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।
ପଞ୍ଜୀକରଣ ରଦ୍ଦ ହୋଇଥିବା କଂପାନିଙ୍କ ସମ୍ପତ୍ତି ଉପରେ ସରକାରଙ୍କ ନଜର
/sambad/media/post_attachments/wp-content/uploads/2017/10/company.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)