ଘରୋଇକରଣ ହେବାକୁ ଥିବା ବ୍ୟାଙ୍କର କର୍ମଚାରୀଙ୍କ ସ୍ବାର୍ଥରକ୍ଷା କରାଯିବ : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ବ୍ୟାଙ୍କ ମିଶ୍ରଣ ଓ ଘରୋଇକରଣ ପ୍ରତିବାଦରେ ଦେଶରେ ବ୍ୟାଙ୍କ ଧର୍ମଘଟ ଚାଲିଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ।  ସେ କହିଛନ୍ତି ଯେ, ବ୍ୟାଙ୍କମାନଙ୍କ ମିଶ୍ରଣ ଦ୍ବାରା କର୍ମଚାରୀଙ୍କ ସ୍ବାର୍ଥ କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ । କର୍ମଚାରୀଙ୍କ ସ୍ବାର୍ଥରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସେହିପରି ବ୍ୟାଙ୍କ ଘରୋଇକରଣ ସମ୍ପର୍କରେ ସେ କହିଛନ୍ତି ଯେ ଯେଉଁ ବ୍ୟାଙ୍କଗୁଡ଼ିକର ଘରୋଇକରଣ ହେବ ସେଗୁଡ଼ିକର କର୍ମଚାରୀଙ୍କ ସ୍ବାର୍ଥରକ୍ଷା ସରକାର କରିବେ । ସେମାନଙ୍କ ଦରମା, ଦରମାହାର ଓ ପେନସନ ଆଦିର ସୁରକ୍ଷା କରାଯିବ ।

ସେ କହିଛନ୍ତି ଯେ ଦେଶରେ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ପ୍ରଦର୍ଶନ ଉତ୍ତମ ରହିଛି । ଆଉ କେତେକ ବ୍ୟାଙ୍କର ପ୍ରଦର୍ଶନ ଠିକଠାକ ରହିଛି । କିନ୍ତୁ ଆମକୁ ଷ୍ଟେଟ ବ୍ୟାଙ୍କ ଆକାରର ଆଉ କେତେକ ବଡ଼ ବ୍ୟାଙ୍କ ଆବଶ୍ୟକ । ଏଥିପାଇଁ ମିଶ୍ରଣର ଆବଶ୍ୟକତା ରହିଛି ।

ସୂଚନାଯୋଗ୍ୟ ଯେ ବ୍ୟାଙ୍କ ମିଶ୍ରଣ ଓ ଘରୋଇକରଣ ପ୍ରତିବାଦରେ ଦେଶରେ ଚାଲିଥିବା ଦୁଇଦିନିଆ ଧର୍ମଘଟ ଆଜି ଶେଷ ହୋଇଛି । କ୍ରମାଗତ ବ୍ୟାଙ୍କ ବନ୍ଦ ରହିବା ଦ୍ବାରା ଦେଶରେ ବ୍ୟାଙ୍କ କାରବାର ପ୍ରଭାବିତ ହୋଇଛି ।

ସମ୍ବନ୍ଧିତ ଖବର