ଦର ବୃଦ୍ଧି ଚିନ୍ତା ! ପିଆଜ ଉପରେ ଦିଆଯାଉଥିବା ରପ୍ତାନି ପ୍ରୋତ୍ସାହନକୁ ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ : ଗତ କିଛି ସପ୍ତାହ ହେଲା ଦେଶରେ ପିଆଜର ଦରବୃଦ୍ଧି ଅବ୍ୟାହତ ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ପିଆଜ ରପ୍ତାନି ଉପରେ ଦିଆଯାଉଥିବା ପ୍ରୋତ୍ସାହନକୁ ପ୍ରତ୍ୟାହାର କରିନେଇଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଫଳରେ ପିଆଜ ରପ୍ତାନିକାରୀମାନେ ରପ୍ତାନି ଲାଗି ନିରୁତ୍ସାହିତ ହେବେ ଓ ଘରୋଇ ବଜାର ଉପରେ ଦୃଷ୍ଟିନିବଦ୍ଧ କରିବେ । ପୂର୍ବରୁ ମର୍ଚ୍ଚାଣ୍ଡାଇଜ ଏକ୍ସପୋର୍ଟ ଫ୍ରିମ ଇଣ୍ଡିଆ ସ୍କିମ ଅଧିନରେ ପିଆଜ ରପ୍ତାନି ଉପରେ ୧୦ ପ୍ରତିଶତ ହାରରେ ସରକାର ଆର୍ଥିକ ପ୍ରେତ୍ସାହନ ଦେଉଥିଲେ । ଏହି ପ୍ରେତ୍ସାହନ ଟିକସ ରିହାତି ମାଧ୍ୟମରେ ଦିଆଯାଉଥିଲା । ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ(ଡିଜିଏଫଟି) ପକ୍ଷରୁ ଗତ ୯ ତାରିଖରେ ଏକ ବିଜ୍ଞପ୍ତି ଜାରି କରି ଏହି ଘୋଷଣା କରାଯାଇଛି ।
ଗତ ମେ ୧୧ ରେ ନାସିକର ଲସଲଗାଁଓରେ ପିଆଜର ହୋଲସେଲ ଦର କିଲୋପିଛା ୯ ଟଙ୍କା ଥିବାବେଳେ ଏବେ ତାହା ୧୩.୩୦ ଟଙ୍କାକୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର