ନୂଆଦିଲ୍ଲୀ: ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧହାର ହ୍ରାସ ନିମନ୍ତେ ସରକାର ଦେଇଥିବା ଆଦେଶନାମା ଆଜି ପ୍ରତ୍ୟାହାର କରି ନେଇଛନ୍ତି। ଟୁଇଟ୍ କରି କେନ୍ଦ୍ର ଅର୍ଥମନ୍ତ୍ରୀ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି।
ଟୁଇଟ୍ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲେଖିଛନ୍ତି, ଭାରତ ସରକାରଙ୍କ ସ୍ୱଳ୍ପ ସଞ୍ଚୟ ଯୋଜାନଗୁଡ଼ିକ ନିମନ୍ତେ ବର୍ଷ ୨୦୨୦-୨୦୨୧ର ଶେଷ ୪ ମାସରେ ସୁଧହାର ଯାହା ଥିଲା ତାହା ହିଁ ରହିବ। ଅର୍ଥାତ୍, ୨୦୨୧ ମାର୍ଚ ପର୍ଯ୍ୟନ୍ତ ଯେଉଁ ହାରରେ ସୁଧ ମିଳୁଥିଲା ତାହା ବଜାୟ ରହିବ।
ଭୁଲ୍ବଶତଃ ଜାରି ହୋଇଥିବା ଏହି ଆଦେଶ ପ୍ରତ୍ୟାହାର କରି ନିଆଗଲା।
Interest rates of small savings schemes of GoI shall continue to be at the rates which existed in the last quarter of 2020-2021, ie, rates that prevailed as of March 2021.
Orders issued by oversight shall be withdrawn. @FinMinIndia@PIB_India— Nirmala Sitharaman (@nsitharaman) April 1, 2021
ସୂଚନା ଯୋଗ୍ୟ, ବୁଧବାର ଦିନ ସରକାର ‘ଜାତୀୟ ସଞ୍ଚୟ ସାର୍ଟିଫିକେଟ୍’ (ଏନ୍ଏସ୍ସି) ଏବଂ ‘ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ (ପିପିଏଫ୍) ସମେତ ସ୍ୱଳ୍ପ ସଞ୍ଚୟ ଯୋଜନାଗୁଡ଼ିକ ଉପରେ ୧.୧% ସୁଧ ହ୍ରାସ ଘୋଷଣା କରିଥିଲେ।
ସେହିଭଳି ‘ପିପିଏଫ୍’ରେ ସୁଧହାର ୦.୭% କଟାଯାଇ ୬.୪%କୁ ହ୍ରାସ କରାଯାଇଥିଲା। ସୁଧହାର ୬.୮% ଥିବା ‘ଏନ୍ଏସ୍ସି’ ସୁଧହାର ୫.୯% ହ୍ରାସ କରାଯାଇଥିଲା।