ନୂଆଦିଲ୍ଲୀ: ସାଧାରଣ ଭବିଷ୍ୟନିଧି ପାଣ୍ଠି (ଜିପିଏଫ୍) ଉପରେ ସୁଧ ହାରକୁ ୭.୧ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି। ଚଳିତ ବର୍ଷ ଜାନୁଆରି-ମାର୍ଚ୍ଚ ଅବଧିରେ ଜିପିଏଫ୍ ଉପରେ ଏହି ସୁଧ ଦିଆଯିବ ବୋଲି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି। ଜିପିଏଫ୍ ହେଉଛି ଏକ ସାମାଜିକ ସୁରକ୍ଷା ସ୍କିମ୍ ଯାହା ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଉପଲବ୍ଧ ରହିଛି।
ଏହି ସମାନ ସୁଧ ହାର କଣ୍ଟ୍ରିବ୍ୟୁଟରି ପ୍ରୋଭିଡେଣ୍ଟ୍ ଫଣ୍ଡ୍ (ଇଣ୍ଡିଆ), ଅଲ ଇଣ୍ଡିଆ ସର୍ଭିସେସ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍, ଷ୍ଟେଟ୍ ରେଲ୍ୱେ ପ୍ରୋଭିଡେଣ୍ଟ୍ ଫଣ୍ଡ୍, ଜେନେରାଲ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ (ଡିଫେନ୍ସ ସର୍ଭିସେସ୍), ଇଣ୍ଡିଆନ୍ ଅର୍ଡାନ୍ସ ଡିପାର୍ଟମେଣ୍ଟ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍, ଇଣ୍ଡିଆନ ନାଭାଲ ଡକ୍ୟାର୍ଡ ୱାର୍କମେନ୍ସ ପ୍ରୋଭିଡେଣ୍ଟ୍ ଫଣ୍ଡ୍, ଡିଫେନ୍ସ ସର୍ଭିସେସ୍ ଅଫିସର୍ସ ପ୍ରୋଭିଡେଣ୍ଟ୍ ଫଣ୍ଡ୍, ଆର୍ମଡ୍ ଫୋର୍ସେସ୍ ପର୍ସନେଲ୍ ପ୍ରୋଭିଡେଣ୍ଟ୍ ପାଇଁ ମଧ୍ୟ ଲାଗୁ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/201810161723016445_interest-rate-for-gpf-increased-for-october-to-december_SECVPF.jpg)