ନାତୁଣୀଙ୍କୁ କାଖେଇ ଖୁସିରେ ଖେଳାଉଥିବାର ନଜର ଆସିଲେ ମୁକେଶ ଅମ୍ବାନି

ମୁମ୍ବାଇ : ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରକୁ କନ୍ୟାରତ୍ନ ଆସିଛନ୍ତି। ଘରକୁ କନ୍ୟାରତ୍ନର ଆଗମନ ପାଇଁ ଧୁମଧାମରେ ପ୍ରସ୍ତୁତି କରାଯାଇଥିଲା। ତେବେ କନ୍ୟାରତ୍ନ ସହିତ ଆକାଶ ଓ ଶ୍ଲୋକାଙ୍କୁ ଘରକୁ ଧୁମଧୁମାରେ ସ୍ବାଗତ କରି ପାଛୋଟି ନିଆଯାଇଛି। ଏହି ଖୁସିର ମୁହୂର୍ତ୍ତରେ ଅମ୍ବାନୀଙ୍କ ସାନ ବୋହୂ ରାଧିକା ବି ନଜର ଆସିଛନ୍ତି।

ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ଏବଂ ବୋହୂ ଶ୍ଳୋକା ମେହେଟ୍ଟା ଦ୍ବିତୀୟ ଥର ପାଇଁ ବାପାମାଆ ବନିଛନ୍ତି। ଆକାଶଙ୍କ ପତ୍ନୀ ଏକ କନ୍ୟା ସନ୍ତାନକୁ ନିକଟରେ ଜନ୍ମ ଦେଇଥିଲେ। ୨୦୨୦ ମସିହାରେ ସେମାନଙ୍କ ପ୍ରଥମ ସନ୍ତାନ ପୃଥ୍ବୀ ଆକାଶଙ୍କ ଜନ୍ମ ହୋଇଥିଲା।

କନ୍ୟା ସନ୍ତାନକୁ ଜନ୍ମ ଦେବା ପୂର୍ବରୁ  ଶ୍ଳୋକାଙ୍କୁ ଶଶୁରଙ୍କ ସହ ସିଦ୍ଧିବିନାୟକ ମନ୍ଦିର ଯାଇ ଗଣପତିଙ୍କ ଆଶୀର୍ବାଦ ନେଇଥିବାର ଦେଖିବାକୁ ମିଳିଥିଲା। ଫଟୋରେ ମୁକେଶ ତାଙ୍କ ନାତି ପୃଥ୍ବୀଙ୍କୁ କା‌ଖେଇ ଧରିଥିବା ବେଳେ ଜେଜେଙ୍କ କୋ‌ଳରେ ରହି ମୁକେଶଙ୍କ ନାତିଙ୍କ ଦୁଷ୍ଟାମୀ ଲୋକଙ୍କୁ ବେଶ ପସନ୍ଦ ଆସିଥିଲା।

ଏହି କ୍ରମରେ ମୁକେଶଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ନ‌ାତୁଣୀ ଆଦିୟାଙ୍କୁ ସ୍ନେହ କରୁଥିବା ଦେଖିବାକୁ ମିଳୁଛି।  ଆଦିୟା ବି ଅଜାଙ୍କ କୋଳରେ ବେଶ ଖୁସି ଥିବା ନଜରକୁ ଆସୁଛି। ଏହି ଭିଡିଓକୁ ଲୋକେ ବେଶ ପସନ୍ଦ କରିବା ସହିତ ବାରମ୍ବାର ଦେଖୁଛନ୍ତି।

ସମ୍ବନ୍ଧିତ ଖବର