ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କୁ ଓଡ଼ିଶାରେ ବିପୁଳ ସ୍ୱାଗତ, ବିଶିଷ୍ଟ ବ୍ୟକ୍ତିଙ୍କ ସହ ଭାବ ଆଦାନପ୍ରଦାନ କଲେ ଅନୀଲ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ କ୍ରମେ ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୨ରେ ଯୋଗଦେବା ପାଇଁ  ଓଡ଼ିଶା ଆସିଛନ୍ତି ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ । ମେକ୍ ଇନ୍ ଓଡିଶାରେ ଯୋଗଦେବା ବ୍ୟତୀତ ଅନୀଲ ଅଗ୍ରୱାଲ ଓଡିଶାର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଫୋରମ୍ ସହିତ ଏକ ପାରସ୍ପରିକ ଅଧିବେଶନରେ ଯୋଗ ଦେଇଥିଲେ ।  ଏହି ୧୯ ଜଣ ବିଶିଷ୍ଟ ବ୍ୟକ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା,  ଶିକ୍ଷା, ନୃତ୍ୟ, ସଙ୍ଗୀତ, ସାହିତ୍ୟ, କ୍ରୀଡା ଇତ୍ୟାଦି ବିଭିନ୍ନ କ୍ଷେତ୍ରର ପ୍ରତିନିଧିତ୍ୱ କରିଥିଲେ । ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିବା ବେଳେ ଅନୀଲ ଅଗ୍ରୱାଲ ସେମାନଙ୍କ ନିରନ୍ତର ସମର୍ଥନ ପାଇଁ କୃତଜ୍ଞତା ଜଣାଇବା ସହ ରାଜ୍ୟର ଅଗ୍ରଗତି ତଥା ବିକାଶରେ ତାଙ୍କର ଯୋଗଦାନକୁ ଆହୁରି ଆଗକୁ ବଢାଇବେ ବୋଲି କହିଥିଲେ। କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ସଂପର୍କକୁ ମଧ୍ୟ ସେ ସ୍ମରଣ କରିଥିଲେ।

ପଦ୍ମବିଭୂଷଣ ହରିପ୍ରସାଦ ଚୌରାସିଆ, ପଦ୍ମଭୂଷଣ ସୁଦର୍ଶନ ସାହୁ, ପଦ୍ମଭୂଷଣ ପ୍ରତିଭା ରାୟ, ପଦ୍ମଶ୍ରୀ ଦିଲୀପ ତିର୍କି, ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି, ପଦ୍ମଶ୍ରୀ ଇଲିଆନା ସିତାରିସ୍ତ , ଡକ୍ଟର ଏ କେ ମହାପାତ୍ର, ଡ.ଦାମୋଦର ଆଚାର୍ୟ୍ୟ, ନନ୍ଦିତା ଦାସ, ପ୍ରଫେସର ସୁଧାକର ପଣ୍ଡା, ଏସ୍ ଆରତୀ ଦେବୀ, ଲେଫ୍ଟନାଣ୍ଟ ଜେନେରାଲ୍ ଜେ କେ ମହାନ୍ତି, ଜଷ୍ଟିସ୍ (ଅବସରପ୍ରାପ୍ତ) ବି କେ ମିଶ୍ର, ପ୍ରଫେସର ଜୟନ୍ତୀ ପରିଡା, ସବ୍ୟସାଚୀ ମିଶ୍ର, ଶ୍ରୀ ଜଗଦାନନ୍ଦ. ଏକେ ଦାସ ପ୍ରମୁଖଙ୍କ ସହ ଅନୀଲ ଅଗ୍ରୱାଲ ସାକ୍ଷାତ କରିଥିଲେ।

ହରିପ୍ରସାଦ ଚୌରାସିଆ ଅନିଲ ଅଗ୍ରୱାଲଙ୍କୁ ଓଡ଼ିଶାକୁ ସ୍ୱାଗତ ଜଣାଇବା ସହ ରାଜ୍ୟର ଶିଳ୍ପ ବିକାଶରେ ତାଙ୍କର ଅବଦାନକୁ ପ୍ରଶଂସା କରିଛନ୍ତି। ସୁଦର୍ଶନ ସାହୁ ତାଙ୍କ ଆଲୋଚନା କ୍ରମରେ ଶ୍ରୀ ଅଗ୍ରୱାଲଙ୍କୁ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ବିଜୁ ପଟ୍ଟନାୟକଙ୍କୁ ଝାରସୁଗୁଡା ଏବଂ ଲାଞ୍ଜିଗଡରେ ଶିଳ୍ପ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ କରିଥିଲେ। ରାଜ୍ୟର ବିକାଶରେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ସେ ବେଦାନ୍ତ ଅଧ୍ୟକ୍ଷଙ୍କୁ ପ୍ରଶଂସା କରିଥିଲେ।

ରାଜ୍ୟରେ ବେଦାନ୍ତ ଦ୍ୱାରା କରାଯାଇଥିବା ଭଲ କାର୍ଯ୍ୟକୁ ଡ.ପ୍ରତିଭା ରାୟ ବର୍ଣ୍ଣନା କରିଥିଲେ । ରାଜ୍ୟର ସାଂସ୍କୃତିକ ଉତ୍କର୍ଷ ପାଇଁ ବେଦାନ୍ତର ପଦକ୍ଷେପ ପାଇଁ ଅରୁଣା ମହାନ୍ତି, ଇଲିଆନା ସିଟାରିଷ୍ଟ ଏବଂ ପ୍ରଭାକର ମହାରାଣା, ଅନୀଲ ଅଗ୍ରୱାଲଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ। ସମସ୍ତ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱ ଅନୀଲ ଅଗ୍ରୱାଲଙ୍କୁ ଝାରସୁଗୁଡା ଏବଂ ଲାଞ୍ଜିଗଡ଼ରେ ପରିବର୍ତ୍ତନ ଆଣିଥିବାରୁ ଧନ୍ୟବାଦ ଦେଇଥିଲେ ଏବଂ ତାଙ୍କୁ ଓଡ଼ିଶାରେ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ଅନୁରୋଧ କରିଥିଲେ। ବେଦାନ୍ତର ବହୁ ବରିଷ୍ଠ ଅଧିକାରୀ ଏହି ଭାବ-ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର