କିଭଳି ଥିଲା ପ୍ରଥମ ପାଳି
8ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଜରିଆରେ ୨.୩ ଲକ୍ଷ କୋଟି ଟଙ୍କାର ବିତରଣ
8୫ କୋଟିରୁ ଅଧିକ ଲୋକଙ୍କୁ କମ୍ ପ୍ରିମିୟମ୍ରେ ଜୀବନ ବୀମା ସୁବିଧା
8୧୩ କୋଟି ଲୋକଙ୍କୁ ଦୁର୍ଘଟଣା ବୀମା
8୬ କୋଟି ଲୋକଙ୍କୁ ମାଗଣାରେ ଏଲ୍ପିଜି ସଂଯୋଗ
8ସବ୍ସିଡି ସହାୟତାରେ ୧ କୋଟିରୁ ଅଧିକ ଘର ନିର୍ମାଣ
8୧୦ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ
8ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଲାଗୁ କରିବା
8ସରକାରୀ ବ୍ୟାଙ୍କ ମଧ୍ୟରେ ସଫଳ ମିଶ୍ରଣ
8ଇନ୍ସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି କୋଡ୍ (ଆଇବିସି) ଲାଗୁ
8ଜନ ଧନ ଯୋଜନାର ସଫଳତା
ବର୍ତ୍ତମାନର ସ୍ଥିତି
ଅଭିବୃଦ୍ଧି ହାର ୭%ରୁ କମ୍ ରହିଛି, ଯାହା ପୂର୍ବରୁ ୮-୯% ରହୁଥିଲା
ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉନି
କୃଷି କ୍ଷେତ୍ରର ପ୍ରଦର୍ଶନ ନୈରାଶ୍ୟଜନକ
ନୂଆ ପୁଞ୍ଜିନିବେଶ ପରିମାଣ ବଢ଼ୁନାହିଁ
ରପ୍ତାନିର ପ୍ରଦର୍ଶନ ନୈରାଶ୍ୟଜନକ
ଟିକସ ଆଦାୟ ଆଶାନୁରୂପ ନୁହେଁ
ସରକାରଙ୍କ ଋଣ ପରିମାଣ ଅଧିକ ରହିଛି
ସଡ଼କ ଓ ରେଳ ଭିତ୍ତିଭୂମିରେ ଅଧିକ ନିବେଶ କରିବା ସମ୍ଭବ ହେଉନି
ଦ୍ବିତୀୟ ପାଳି ପାଇଁ ଚ୍ୟାଲେଞ୍ଜ୍
8ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ସଂସ୍କାର ଆଣିବାକୁ ପଡ଼ିବ
8ସୁଧ ରିହାତି, ସାର, ବିଦ୍ୟୁତ ଓ ପାଣି ସବ୍ସିଡି ବାବଦରେ ପ୍ରତିବର୍ଷ ୧୬୦,୦୦୦ କୋଟି ଟଙ୍କା ଖର୍ଚ ହେଉଛି। ଏହାର ଲାଭ ମାତ୍ର ୧୦-୧୫% ଚାଷୀଙ୍କୁ ମିଳୁଛି। ଏହାକୁ ନଗଦ ସବ୍ସିଡିରେ ପରିଣତ କରିବାକୁ ହେବ। ଏହାର ଲାଭ ଯେଭଳି ସବୁ ଚାଷୀଙ୍କ ପାଖରେ ପହଞ୍ଚିବ ତାହାର ବ୍ୟବସ୍ଥା କରିବାକୁ ପଡ଼ିବ
8କୋଇଲା ଖଣି କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ପରିମାଣ ବଢ଼ାଇବାକୁ ହେବ
8ତୈଳ ଉତ୍ତୋଳନ କ୍ଷେତ୍ରକୁ ଆହୁରି ଆକର୍ଷଣୀୟ କରିବାକୁ ପଡ଼ିବ
8ଜମି ଅଧିଗ୍ରହଣ ନୀତିର ସରଳୀକରଣ କରାଯିବା ଦରକାର
8ଶ୍ରମ ସଂସ୍କାରର ଆବଶ୍ୟକତା ରହିଛି
8ଦୂରସଂଚାର କ୍ଷେତ୍ରରେ କଂପାନିଗୁଡ଼ିକୁ ଭୋଗୁଥିବା ସମସ୍ୟାକୁ ଦୂର କରିବାକୁ ପଡ଼ିବ
୫ ବଡ଼ ସମସ୍ୟା
ମାନ୍ଦା ଅର୍ଥନୀତି
୨୦୧୮ ଡିସେମ୍ବର ସୁଦ୍ଧା ଶେଷ ତ୍ରୟମାସରେ ଦେଶର ଅଭିବୃଦ୍ଧି ୬.୬% ସ୍ତରକୁ ଖସିଯାଇଛି। ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ଯୋଗୁ ଅଭିବୃଦ୍ଧି କମ୍ ରହୁଛି। ଧିମେଇ ଯାଇଥିବା ଅର୍ଥନୀତିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବା ପାଇଁ ପୁଞ୍ଜିନିବେଶ ପରିମାଣ ବଢ଼ାଇବାକୁ ହେବ।
ଖର୍ଚରେ ହ୍ରାସ
ଲୋକମାନେ ନିଜର ଖର୍ଚ କମାଇ ଦେଇଛନ୍ତି। ଦେଶରେ କମ୍ ପରିମାଣର କାର୍ ବିକ୍ରି ହେଉଛି। ବିମାନରେ ଯାତ୍ରୀଙ୍କ ସଂଖ୍ୟା କମୁଛି। ଗ୍ରାମାଞ୍ଚଳରେ ଲୋକମାନେ ସାମ୍ପୁ, ଟୁଥ୍ପେଷ୍ଟ୍ ଆଦି କିଣିବା କମେଇ ଦେଇଛନ୍ତି। ଗ୍ରାହକଙ୍କ ଖର୍ଚ ଉପରେ ଦେଶର ଅର୍ଥନୀତିର ଗତି ନିର୍ଭର କରେ। ଏହି ସ୍ଥିତିରେ ନୂଆ ସରକାରଙ୍କୁ ଉନ୍ନତି ଆଣିବାକୁ ପଡ଼ିବ।
ଗ୍ରାମୀଣ ସଙ୍କଟ
ଗ୍ରାମାଞ୍ଚଳରେ ଲୋକମାନେ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି। ଚାଷୀଙ୍କ ଆୟରେ ସେଭଳି କୌଣସି ଉନ୍ନତି ଦେଖିବାକୁ ମିଳିନାହିଁ। ଗ୍ରାମାଞ୍ଚଳରେ ରହିଥିବା ସଙ୍କଟକୁ ଦୂର କରିପାରିଲେ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ିପାରିବ।
ନିଯୁକ୍ତି ସଙ୍କଟ
ଦେଶରେ ବେକାରୀ ହାର ୪୫ ବର୍ଷ ଭିତରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ଦେଶରେ ଆବଶ୍ୟକ ପରିମାଣର ନିଯୁକ୍ତି ସୃଷ୍ଟି କରିବାରେ ସରକାର ବିଫଳ ହୋଇଥିବା ଅଭିଯୋଗ ହେଉଛି। ଏହି ସ୍ଥିତିରେ ସରକାରଙ୍କୁ ଉନ୍ନତି ଆଣିବାକୁ ପଡ଼ିବ। ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ।
ବାଣିଜ୍ୟ ଲଢ଼େଇ
ଚୀନ୍ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଲଢ଼େଇର ପ୍ରଭାବ ସାରା ବିଶ୍ବ ଉପରେ ପଡ଼ିବ। ଏହା ଦ୍ବାରା ଭାରତ ମଧ୍ୟ ପ୍ରଭାବିତ ହେବ। ଅନ୍ୟପକ୍ଷରେ ଭାରତ ସହ ବାଣିଜ୍ୟ ଲଢ଼େଇ ଆରମ୍ଭ କରିବାକୁ ଆମେରିକା ଆଗୁଆ ସଙ୍କେତ ଦେଇସାରିଛି। ଏହି ସ୍ଥିତିର ମୁକାବିଲା କରିବାକୁ ଏନ୍ଡିଏ ୨.୦କୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ।