ଭୁବନେଶ୍ୱର: ତନିସ୍କ ପକ୍ଷରୁ ଏହାର ବୃହତ୍ ବିକ୍ରି କାର୍ଯ୍ୟକ୍ରମ ‘ଦି ଗ୍ରେଟ୍ ଡାଇମଣ୍ଡ ସେଲ୍’ର ଶୁଭାରମ୍ଭ କରାଯାଇଛି। ଏଥିରେ ଗ୍ରାହକଙ୍କ ପାଇଁ ହୀରା ଗହଣା ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି। ଏହି ରିହାତି ଅଫର୍ ସମୟରେ ତନିସ୍କ ଏହାର ସୋ’ରୁମ୍ ଗୁଡ଼ିକରେ ବିସ୍ତତ ରେଞ୍ଜର ହୀରା ଗହଣା ପ୍ରଦର୍ଶନ କରିବ। ଏହି ବିକ୍ରି ଚଳିତ ମାସ ୪ ତାରିଖରୁ ଆରମ୍ଭ ହୋଇଥିବାବେଳେ ଏହା ସୀମିତ ସମୟ ପାଇଁ ଉପଲବ୍ଧ ହେବ। ଗ୍ରାହକମାନେ ଏହି ସେଲରେ ରେଡ୍ କାର୍ପେଟ କଲେକସନର ନେକ୍ଲେସ୍, ରଙ୍ଗିନ ହୀରା କାନଫୁଲ ଏବଂ ମାଇରା କଲେକସନର ମୁଦି, ଗ୍ଲିଟେରାଟିର ଆକର୍ଷଣୀୟ ପାର୍ଟି ଅଳଙ୍କାର ଓ ରିଭାର ବ୍ରାଇଡ କଲେକ୍ସନ ରହିଛି। ଏତଦ୍ବ୍ୟତୀତ ଟାଇଟାନ୍ର ସମସ୍ତ ଗ୍ରାହକ ଓ ତନିସ୍କର ପୂବର୍ତନ ଗ୍ରାହକଙ୍କ ପାଇଁ ପ୍ରଥମ ୪ ଦିନରେ ୧ ପ୍ରତିଶତ ଅତିରିକ୍ତ ରିହାତି ଅଫର ରହିଛି। ଆହୁରି ମଧ୍ୟ ଏଚ୍ଡିଏଫ୍ସି ଡେବିଟ୍ ଓ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ କେବଳ ସୀମିତ ସମୟ ପର୍ଯ୍ୟନ୍ତ ୫ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସ୍ବ୍ୟାକ ଅଫର୍ ରହିଛି। ତନିସ୍କରେ ଆକର୍ଷଣୀୟ କାନଫୁଲ ଏବଂ ମୁଦି ମାତ୍ର ୨୫,୦୦୦ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେଉଛି। ଉକ୍ତ ଅଳଙ୍କାର ଗୁଡ଼ିକୁ ଗ୍ରାହକମାନେ ନିଜେ ପିନ୍ଧିବା ସହିତ ସେମାନଙ୍କ ପ୍ରିୟ ପରିଜନଙ୍କୁ ଦେଇପାରିବେ ବୋଲି କମ୍ପାନିର ଏରିଆ ବିଜ୍ନେସ୍ ମ୍ୟାନେଜର ସୁମିତ୍ ଘୋଷ ଓ ଚନ୍ଦ୍ରଶେଖରପୁରସ୍ଥିତ ତନିସ୍କ ସୋରୁମ୍ର ତତ୍ୱାବଧାୟକ ମାନିକ ହଂସ ଏହି ଅବସରରେ ସୂଚନା ଦେଇଛନ୍ତି।
ତନିସ୍କ ପକ୍ଷରୁ ଗ୍ରେଟ୍ ଡାଇମଣ୍ଡ୍ ସେଲ୍
/sambad/media/post_attachments/wp-content/uploads/2018/01/tanisq.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)