ଭୁବନେଶ୍ବର: ଗ୍ରୀଡ୍‌କୋ ପକ୍ଷରୁ ଆଭାଡା ଗ୍ରିନ୍ ଏଚ୍‌୨ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଗ୍ରିନ୍ ଏନର୍ଜି ଓପନ୍ ଆକ୍ସେସ୍ ରେଗୁଲେସନ୍ସ ୨୦୨୩ ଅଧୀନରେ ଆଭାଡା ସହ ହୋଇଥିବା ଏହି ଚୁକ୍ତିରେ ୨୦୨୮ ଡିସେମ୍ବର ୩୧ରୁ ଆଗାମୀ ୨୫ ବର୍ଷ ପାଇଁ ଗଞ୍ଜାମର ଗୋପାଳପୁରରେ ବାର୍ଷିକ ୦.୫ ଟନ ବିଶିଷ୍ଟ ଗ୍ରିନ୍ ଆମୋନିଆ ପ୍ଲାଣ୍ଟ ପାଇଁ ୩୦୦ ମେଗାୱାଟ୍‌ର ସବୁଜ ଶକ୍ତିର ବ୍ୟାଙ୍କିଂ ସୁବିଧା ପ୍ରଦାନ କରାଯିବ। ଏଥି ସହିତ ସବୁଜ ଶକ୍ତି ବ୍ୟାଙ୍କିଂ ପ୍ରଚଳନ କରୁଥିବା କିଛି ହାତଗଣତି ରାଜ୍ୟ ତାଲିକାରେ ଓଡ଼ିଶା ସାମିଲ ହୋଇଛି। 

Advertisment

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଆମେ ଆମ ରାଜ୍ୟରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶ ଏବଂ ୨୨,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସହିତ ୧୪ଟି ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ ପ୍ରକଳ୍ପକୁ ଅନୁମୋଦନ କରିଛୁ। ରାଜ୍ୟରେ ଗ୍ରିନ୍‌ ହାଇଡ୍ରୋଜେନ୍ ଏବଂ ଗ୍ରିନ୍ ଆମୋନିଆ ଶିଳ୍ପ ପ୍ରତିଷ୍ଠାରେ ଏହା ଏକ ଐତିହାସିକ ଘଟଣା ବୋଲି ସେ କହିଛନ୍ତି। ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ଓଡ଼ିଶା ସମସ୍ତ ସୁଯୋଗ ଏବଂ ପ୍ରୋତ୍ସାହନ ଯୋଗାଇ ଦେଉଛି। ଯେହେତୁ ଅକ୍ଷୟ ଶକ୍ତି ବିଦ୍ୟୁତ୍ ଉତ୍ପାଦନ ଅସ୍ଥିର, ସେଥିପାଇଁ ସରକାର ସବୁଜ ଶକ୍ତିର ବ୍ୟାଙ୍କିଂ ପାଇଁ ବ୍ୟବସ୍ଥା ସୃଷ୍ଟି କରୁଛନ୍ତି। ଏହା ଗ୍ରିନ୍ ହାଇଡ୍ରୋଜେନ୍ ଏବଂ ଗ୍ରିନ୍ ଆମୋନିଆ ଉତ୍ପାଦନକାରୀଙ୍କୁ ୨୪ ଘଣ୍ଟା ସବୁଜ ଶକ୍ତି ଯୋଗାଇବ।