ଗ୍ରିଭ୍‌ସ କଟନ୍‌ର ନୂଆ ପମ୍ପ୍‌ସେଟ୍‌

ଭୁବନେଶ୍ବର: ହୋଟେଲ୍ ପାଲ୍‌ ହାଇଟସ୍‌ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗ୍ରିଭ୍‌ସ୍‌ କଟନ ପକ୍ଷରୁ ନୂଆ ଓଏଚ୍‌ଭି ପମ୍ପ୍ ସେଟ୍ ଉନ୍ମୋଚନ କରାଯାଇଛି। ମେକାନିକାଲ୍ ସିଲ୍ ଓ ଡୁଆଲ୍ ଏୟାର କ୍ଲିନର୍‌ ଭଳି ବ୍ୟବସ୍ଥା ଥିବାରୁ ଏହାର ରକ୍ଷଣାବେକ୍ଷଣ ଖର୍ଚ ବହୁତ କମ୍। ଏହା ପରିବେଶ ମିତବ୍ୟୟୀ ହୋଇଥିବା ବେଳେ କମ୍ ଶବ୍ଦ ସୃଷ୍ଟିକାରୀ ଓ କମ୍ ମୂଲ୍ୟରେ ଅଧିକ ପାଣି ଡିସ୍‌ଚାର୍ଜ କରିବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଏହି ପମ୍ପ୍୍‌ସେଟ୍ ଦ୍ବାରା ରାଜଞର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଲାଭବାନ ହେବେ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଏହି ପମ୍ପ୍‌ସେଟ୍‌ ଜରିଆରେ କଂପାନି ପୋର୍ଟେବଲ୍ ପମ୍ପସେଟ୍‌ ବଜାରରେ ଏକ ନମ୍ବର ସ୍ଥାନ ଦଖଲ କରିବାକୁ ଲକ୍ଷ୍ୟ ରଖିଛି। ଏହି ଅବସରରେ କଂପାନିର ସାରା ରାଜ୍ୟରେ ଥିବା ଡିଲର୍‌ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର