ଭୁବନେଶ୍ବର: ପତଞ୍ଜଳି ଫୁଡ୍ସ ପକ୍ଷରୁ ଅରୁଣାଚଳପ୍ରଦେଶର ଇଷ୍ଟ୍ ସିଆଙ୍ଗ୍ ଜିଲ୍ଲାର ନିଗ୍ଲୋକ୍ରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଗ୍ରୋଥ୍ ସେଣ୍ଟରରେ ନୂଆ ପାମ୍ ଅଏଲ୍ ମିଲ୍ର ଶିଳାନ୍ୟାସ କରାଯାଇଛି। ଅରୁଣାଚଳପ୍ରଦେଶର କୃଷି ମନ୍ତ୍ରୀ ଟାଗେ ଟାକି ଓ ଆଚାର୍ଯ୍ୟ ବାଲକ୍ରିଷ୍ଣ ଏହାର ଶିଳାନ୍ୟାସ କରିଥିଲେ। ପତଞ୍ଜଳି ପକ୍ଷରୁ ଉତ୍ତର ପୂର୍ବ ଭାରତ ପାଇଁ ସ୍ବତନ୍ତ୍ର ପାମ୍ ଅଏଲ୍ ପ୍ରୋଗ୍ରାମ୍ ପ୍ରସ୍ତୁତ କରାଯାଇଛି ଯାହା ଆସନ୍ତା ୩୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟର ଅର୍ଥନୀତିକୁ ଲାଭ ପ୍ରଦାନ କରିବ। ବାର୍ଷିକ ୭.୫ ଲକ୍ଷ ଟନ୍ ପାମ୍ ଅଏଲ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ଦ୍ବାରା ତୈଳ ଆମଦାନିରେ ଖର୍ଚ ହେଉଥିବା ୧୦,୫୦୦ କୋଟି ସଞ୍ଚୟ ହୋଇପାରିବ ଏବଂ ୫.୮ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପତଞ୍ଜଳି ଫୁଡ୍ସ ପକ୍ଷରୁ ଓଡ଼ିଶା ସମେତ ୧୧ଟି ରାଜ୍ୟର ୫୫ଟି ଜିଲ୍ଲାର ୬୦ ହଜାର ହେକ୍ଟର ଜମିରେ ପାମ୍ ଚାଷ କରାଯାଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp