ହ୍ଵାଟସ୍‌ଆପ୍‌ରେ ଗ୍ରୁପ୍‌ କଲ୍‌ ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଲୋକପ୍ରିୟ ମୋବାଇଲ୍‌ ମେସେଜିଂ ଆପ୍‌ ହ୍ଵାଟସ୍‌ଆପ୍‌ ପକ୍ଷରୁ ଖୁବ୍‌ଶୀଘ୍ର ଗ୍ରୁପ୍‌ ଭଏସ୍‌ କଲ୍‌ ସୁବିଧା ଆରମ୍ଭ କରାଯିବ। ହ୍ଵାଟସ୍‌ଆପ୍‌ର ନୂଆ ଆଣ୍ଡ୍ରଏଡ୍‌ ଅପ୍‌ଡେଟ୍‌ରେ ଏହି ସୁବିଧା ଆସିବ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ନୂତନ ବୈଶିଷ୍ଟ୍ୟ ଜରିଆରେ ଅନ୍ୟ ମେସେଜିଂ ଆପ୍‌ଗୁଡ଼ିକଠାରୁ ଆଗରେ ରହିବାକୁ ହ୍ଵାଟସ୍‌ଆପ୍‌ ପ୍ରୟାସ କରୁଛି।

ରିଅଲ ଟାଇମ୍‌ ଲୋକେସନ୍‌ ସେୟାରିଂ ବୈଶିଷ୍ଟ୍ୟ ଆରମ୍ଭ କରିବା ବିଷୟରେ ହ୍ଵାଟସ୍‌ଆପ୍‌ ପକ୍ଷରୁ ନିକଟରେ ସୂଚନା ପ୍ରଦାନ କରାଯାଇଥିଲା। ଆଜି ଏକ େଓ୍ଵବସାଇଟ୍‌ରେ ଖବର ପ୍ରକାଶ ପାଇଛି ଯେ କଂପାନି ପକ୍ଷରୁ ଗ୍ରୁପ୍‌ ଭଏସ୍‌ କଲ୍‌ ସୁବିଧା ଆରମ୍ଭ କରାଯିବ। ଏହା ଉପରେ କଂପାନି ଜୋରସୋରରେ କାମ ଜାରି ରଖିଛି। କେବଳ ସେତିକି ନୁହେଁ, ଆଗାମୀ ଦିନରେ ଗ୍ରୁପ୍‌ ଭିଡିଓ କଲ୍‌ ସୁବିଧା ପ୍ରଦାନ କରିବା ଉପରେ ମଧ୍ୟ ହ୍ଵାଟସ୍‌ଆପ୍‌ କାମ କରୁଛି। ଡବ୍‌ଲ୍ୟୁଏବେଟାଇନ୍‌ଫୋ ନାମକ େଓ୍ଵବସାଇଟ୍‌ରେ ଖବର ପ୍ରକାଶ ପାଇଛି ଯେ ହ୍ଵାଟସ୍‌ଆପ୍‌ ପ୍ରଥମେ ଗ୍ରୁପ୍‌ ଭଏସ୍‌ କଲ୍‌ ସୁବିଧା ପ୍ରଦାନ କରିବ। ଏହା ପରେ ଗ୍ରୁପ୍‌ ଭିଡିଓ କଲ୍‌ ସୁବିଧା ଯୋଗାଇ ଦେବ। ଏହି େଓ୍ଵବସାଇଟ୍‌ ଟ୍ଵିଟର୍‌ ମାଧ୍ୟମରେ ଏହା ମଧ୍ୟ ଜଣାଇଛି ଯେ ଗ୍ରୁପ୍‌ ଭିତରୁ ଏକ ସମୟରେ ଏକାଧିକ ସଦସ୍ୟଙ୍କୁ ବିଦା କରିବା ବୈଶିଷ୍ଟ୍ୟ ମଧ୍ୟ ଭବିଷ୍ୟତରେ ଉପଲବ୍ଧ ହେବ। ଏବେ ଏକ ସମୟରେ କେବଳ ଜଣେ ସଦସ୍ୟଙ୍କୁ ଗ୍ରୁପ୍‌ରୁ ବିଦା କରାଯାଇପାରୁଛି।

ସମ୍ପୂର୍ଣ୍ଣ ମାଗଣାରେ ମେସେଜିଂ ଆପ୍‌ ସୁବିଧା ପ୍ରଦାନ କରୁଥିବା ହ୍ଵାଟସ୍‌ଆପ୍‌ ପକ୍ଷରୁ ଖୁବ୍‌ଶୀଘ୍ର ହ୍ଵାଟସ୍‌ଆପ୍‌ ବିଜନେସ୍‌ ଆପ୍‌ ଜାରି କରାଯିବ। ଏହାର ପରୀକ୍ଷଣ ଭାରତ ସମେତ ଇଣ୍ଡୋନେସିଆ, ଜର୍ମାନି, ସ୍ପେନ୍‌ ଏବଂ ନେଦରଲ୍ୟାଣ୍ଡ୍‌ ଭଳି ରାଷ୍ଟ୍ରରେ ଚାଲିଛି। ଏବେ ଏହା କେବଳ ବେଟା ଭର୍ସନ୍‌୍‌ରେ ଉପଲବ୍ଧ ହେଉଛି।

ହ୍ଵାଟସ୍‌ଆପ୍‌ ପକ୍ଷରୁ ଗ୍ରୁପ୍‌ ଆଡ୍‌ମିନିଷ୍ଟ୍ରେଟରଙ୍କୁ ଅଧିକ କ୍ଷମତା ପ୍ରଦାନ କରିବା ଉପରେ କାମ କରାଯାଉଛି। ଗ୍ରୁପ୍‌ ସୃଷ୍ଟି କରିଥିବା ଆଡମିନିଷ୍ଟ୍ରେଟରଙ୍କୁ ଅନ୍ୟ କୌଣସି ସଦସ୍ୟ ବିଦା କରିପାରିବେ ନାହିଁ। ‘ଅନ୍‌ସେଣ୍ଡ୍‌’ କିମ୍ବା ‘ଡିଲିଟ୍‌ ଫର୍‌ ଏଭ୍ରିଓ୍ଵାନ୍‌’ ବୈଶିଷ୍ଟ୍ୟକୁ ମଧ୍ୟ ହ୍ଵାଟସ୍‌ଆପ୍‌ ଖୁବ୍‌ଶୀଘ୍ର ଲାଗୁ କରିବ ବୋଲି ଏହି େଓ୍ଵବସାଇଟ୍‌ ଜଣାଇଛି।

ସମ୍ବନ୍ଧିତ ଖବର