୪୦% ବ୍ୟବସାୟୀ ଟଙ୍କାଟେ ଜିଏସ୍‌ଟି ଦେଇନାହାନ୍ତି

ନୂଆଦିଲ୍ଲୀ: ୨୦୧୭ ଜୁଲାଇରେ ମୋଟ ୫୪ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ଜିଏସ୍‌ଟି ରିଟର୍ଣ୍ଣ ଫାଇଲ୍‌ କରିଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ପ୍ରତିଷ୍ଠାନ ଜିଏସ୍‌ଟି ବାବଦକୁ ଟଙ୍କାଟେ ପ୍ରଦାନ କରିନାହାନ୍ତି। ଏମାନଙ୍କ ସଂଖ୍ୟା ପ୍ରାୟ ୨୨ ଲକ୍ଷ ହେବ। ୬୯.୫% ଟିକସଦାତା ୧ ଟଙ୍କାରୁ ୩୩ ହଜାର ଟଙ୍କା ମଧ୍ୟରେ ଜିଏସ୍‌ଟି ପ୍ରଦାନ କରିଛନ୍ତି। ସେହିଭଳି ୧୧.୧% ପ୍ରତିଷ୍ଠାନ ୩୩,୦୦୧ ଟଙ୍କାରୁ ୬୬ ହଜାର ଟଙ୍କା, ୫.୨% ୬୬,୦୦୧ ଟଙ୍କାରୁ ୧ ଲକ୍ଷ ଟଙ୍କା, ୧୦.୫% ୧ ଲକ୍ଷରୁ ୫ ଲକ୍ଷ ଟଙ୍କା, ୧.୭% ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା, ୧.୨% ୧୦ ଲକ୍ଷରୁ ୩୦ ଲକ୍ଷ ଟଙ୍କା, ୦.୫% ୩୦ ଲକ୍ଷରୁ ୧ କୋଟି ଟଙ୍କା ଏବଂ ୦.୩% ଟିକସଦାତା ୧ କୋଟି ଟଙ୍କାରୁ ଅଧିକ ଜିଏସ୍‌ଟି ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର