ଜିଏସଟି ବାର୍ଷିକ ରିଟର୍ଣ୍ଣ ଦାଖଲ ଶେଷ ତାରିଖ ନଭେମ୍ବର ୩୦କୁ ବୃଦ୍ଧି

ନୂଆଦିଲ୍ଲୀ : ଅର୍ଥମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମାଶୁଳକ ବୋର୍ଡ ( ସିବିଆଇସି) ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଫର୍ମ ଜିଏସଟିଆର-୯ ଓ ଜିଏସଟିଆର-୯ଏ ରେ ଦାଖଲ କରାଯାଉଥିବା ଜିଏସଟି ବାର୍ଷିକ ରିଟର୍ଣ୍ଣ, ଓ ଜିଏସଟିଆର-୯ସିରେ ଦାଖଲ କରାଯାଉଥିବା ରିକନସିଲିଏସନ ଷ୍ଟେଟମେଣ୍ଟ ଦାଖଲ ଶେଷ ତାରିଖକୁ ତିନିମାସ ପାଇଁ ବଢାଇଦେଇଛନ୍ତି । ପୂର୍ବରୁ ଏଥିପାଇଁ ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ ଏବେ ତାହାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ଏ ସଂପର୍କରେ ସିବିଆଇସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ସମ୍ବନ୍ଧିତ ଖବର