ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଠକେଇ କିମ୍ବା ଚୋରି କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବା ଏବେ ଏକ ବିତର୍କିତ ପ୍ରସଙ୍ଗ ଭାବେ ଉଭା ହୋଇଛି। ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ଜାମିନ ପ୍ରଦାନ କରିବା ବେଳେ ବିଭିନ୍ନ ହାଇକୋର୍ଟ ଭିନ୍ନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ମାମଲାରେ ଟିକସ ଅଧିକାରୀମାନଙ୍କର କ’ଣ କ୍ଷମତା ରହିଛି ତାହାର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଟିକସ ଅଧିକାରୀଙ୍କ କ୍ଷମତାର ପରିସୀମା ନିର୍ଧାରଣ କରିବା ପାଇଁ ତିନି ଜଣ ବିଚାରପତିଙ୍କୁ ନେଇ ଏକ ଖଣ୍ଡପୀଠ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି।ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ବିଚାରପତି ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିବା ଉତ୍ତର ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଜିଏସ୍ଟି ଠକେଇ ମାମଲାଗୁଡ଼ିକରେ ଅନ୍ତରୀଣ ଜାମିନ ପ୍ରଦାନ କରିବା ବେଳେ ତେଲେଙ୍ଗାନା ହାଇକୋର୍ଟ ଦେଇଥିବା ନିର୍ଦେଶକୁ ନଜରରେ ରଖିବାକୁ ସମସ୍ତ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ତେଲେଙ୍ଗାନା ହାଇକୋର୍ଟ ନିର୍ଦେଶ ଦେଇଥିଲେ ଯେ, ଜିଏସ୍ଟି ଠକେଇ ଭଳି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ସୁରକ୍ଷା ପ୍ରଦାନ କରାଯାଇପାରିବ ନାହିଁ।
ଜିଏସ୍ଟି ଠକଙ୍କୁ ଗିରଫ ପ୍ରସଙ୍ଗ:ଟିକସ ଅଧିକାରୀଙ୍କ କ୍ଷମତାର ସମୀକ୍ଷା କରିବେ ସୁପ୍ରିମକୋର୍ଟ
/sambad/media/post_attachments/wp-content/uploads/2019/05/SC1-kmWE-621x414@LiveMint-1ec5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)