ଜିଏସ୍‌ଟି ଚିଫ୍‌ କମିସନର, ଡିଜିଙ୍କ ପ୍ରଥମ ସମ୍ମିଳନୀ

ଭୁବନେଶ୍ବର: ଜିଏସ୍‌ଟି ଚିଫ୍ କମିସନର (ମୁଖ୍ୟ ଆୟୁକ୍ତ) ଓ ଡାଇରେକ୍ଟର ଜେନେରାଲ୍‌ (ଡିଜି)ଙ୍କ ଦୁଇଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସିବିଆଇସିର ସଦସ୍ୟ ଏସ୍‌ ଏମ୍ ଭଟ୍ଟନାଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦେଶର ବିଭିନ୍ନ ଜୋନ୍‌ ଓ ନିର୍ଦେଶାଳୟରେ କାର୍ଯ୍ୟ କରୁଥିବା ପ୍ରଧାନ ମୁଖ୍ୟ ଆୟୁକ୍ତ, ମୁଖ୍ୟ ଆୟୁକ୍ତ ଓ ପ୍ରଧାନ ମହାନିର୍ଦେଶକମାନେ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ବର ଜିଏସ୍‌ଟି, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ଜୋନ୍‌ର ମୁଖ୍ୟ ଆୟୁକ୍ତ ନରେଶ ପେନୁମାକା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ନିକଟରେ ଘୋଷଣା କରାଯାଇଥିବା ସବ୍‌କା ବିଶ୍ବାସ ସ୍କିମ୍‌କୁ ନେଇ କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ଟିକସଦାତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ଭିଡିଓକୁ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଜିଏସ୍‌ଟିର ନୂଆ ରିଟର୍ଣ୍ଣ ବ୍ୟବସ୍ଥା, ରାଜସ୍ବ ବୃଦ୍ଧି ପଦକ୍ଷେପ, ଜିଏସ୍‌ଟି/ଆଇଜିଏସ୍‌ଟି ରିଫଣ୍ଡ୍‌ ଏବଂ ବ୍ୟବସ୍ଥାରେ କିଭଳି ସ୍ବଚ୍ଛତା ଅଣାଯାଇପାରିବ ତାହା ଉପରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର