ନୂଆଦିଲ୍ଲୀ: କ୍ରମାଗତଭାବେ ତୃତୀୟ ମାସ ପାଇଁ ଦେଶର ଜିଏସଟି ଆଦାୟ ରାଶି ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ମେ’ ମାସରେ ଜିଏସଟି ଆଦାୟ ପରିମାଣ ୧,୦୦,୨୮୯ କୋଟି ଟଙ୍କାରେ ପହଞ୍ଚିଛି। ଗତ ଏପ୍ରିଲ ମାସରେ ଜିଏସଟି ଆଦାୟ ରାଶି ରେକର୍ଡ ୧, ୧୩,୮୬୫ କୋଟି ଟଙ୍କା ଛୁଇଁଥିବାବେଳେ ଗତ ମାର୍ଚରେ ଏହା ୧,୦୬,୫୭୭ କୋଟି ଟଙ୍କା ରହିଥିଲା। ଚଳିତବର୍ଷ ମେ’ ମାସରେ ଆଦାୟ ହୋଇଥିବା ଜିଏସ୍ଟି ପରିମାଣ ଗତବର୍ଷ ମେ’ ମାସର ୯୪,୦୧୬ କୋଟି ଟଙ୍କା ତୁଳନାରେ ୬.୬୭ ପ୍ରତିଶତ ଅଧିକ। ଏଥିସହିତ ୨୦୧୮-୧୯ ଆର୍ଥିକ ବର୍ଷରେ ଆଦାୟ ହୋଇଥିବା ମାସିକ ହାରାହାରି ଜିଏସଟି ରାଶି ତୁଳନାରେ ମେ’ ମାସରେ ୨.୨୧ ପ୍ରତିଶତ ଜିଏସଟି ଆଦାୟ ହୋଇଛି। ଚଳିତ ବର୍ଷ ଏପ୍ରିଲରୁ ମେ’ ୩୧ ତାରିଖ ମଧ୍ୟରେ ମୋଟ ୭୨.୪୫ ଲକ୍ଷ ଜିଏସଟିଆର ୩ ବି ରିଟର୍ଣ୍ଣ ଦାଖଲ ହୋଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp