ନୂଆଦିଲ୍ଲୀ: ଅଗଷ୍ଟ ମାସରେ ୯୮,୨୦୨ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି। ଏହା ସହିତ ମାସିକ ଜିଏସ୍ଟି ଆଦାୟ ପରିମାଣ ଏକ ଲକ୍ଷ କୋଟି ଟଙ୍କାର ତଳ ସ୍ତରକୁ ଖସିଯାଇଛି। ଏହାର ପୂର୍ବ ମାସ ଜୁଲାଇରେ ୧.୦୨ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିଲା। ମାନ୍ଦାବସ୍ଥା ଯୋଗୁ ଅର୍ଥନୈତିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଥିବାରୁ ଜିଏସ୍ଟି ଆଦାୟ କମିଛି ବୋଲି କୁହାଯାଉଛି। ତେବେ ଗତବର୍ଷର ଅଗଷ୍ଟ ମାସ ତୁଳନାରେ ଚଳିତ ବର୍ଷ ଅଧିକ ଜିଏସ୍ଟି ଆଦାୟ ହୋଇଛି। ୨୦୧୮ ଅଗଷ୍ଟରେ ୯୩,୯୬୦ କୋଟି ଟଙ୍କାର ଜିଏସ୍ଟି ଆଦାୟ କରାଯାଇଥିଲା। ଚଳିତ ବର୍ଷ ଦ୍ବିତୀୟ ଥର ଲାଗି ଏହି ଟିକସ ଆଦାୟ ଏକ ଲକ୍ଷ କୋଟି ଟଙ୍କାରୁ କମ୍ ହୋଇଛି। ଗତ ଜୁନ୍ରେ ୯୯,୯୩୯ କୋଟି ଟଙ୍କାର ଟିକସ ଆଦାୟ ହୋଇଥିଲା। ଅଗଷ୍ଟରେ ୧୭,୭୩୩ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍ଟି, ୨୪,୨୩୯ କୋଟି ଟଙ୍କାର ରାଜ୍ୟ ଜିଏସ୍ଟି ଓ ୪୮,୯୫୮ କୋଟି ଟଙ୍କାର ସମନ୍ବିତ ଜିଏସ୍ଟି ଆଦାୟ ହୋଇଛି। ଏହି ମାସରେ ୭୨୭୩ କୋଟି ଟଙ୍କାର ସେସ୍ ମଧ୍ୟ ଆଦାୟ କରାଯାଇଛି।
ଜିଏସ୍ଟି ଆଦାୟ ଲକ୍ଷେ କୋଟି ତଳକୁ ଖସିଲା
/sambad/media/post_attachments/wp-content/uploads/2019/08/gst-020318.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)