ଏପ୍ରିଲ୍‌ ଜିଏସ୍‌ଟି ସଂଗ୍ରହରେ ରେକର୍ଡ

ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ୍‌ରେ ଦେଶରେ ରେକର୍ଡ ୨.୧୦ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗୃହିତ ହୋଇଥିବା ବେଳେ ମାସିକ ସଂଗ୍ରହ ୨ ଲକ୍ଷ କୋଟି ଟଙ୍କାର ମାଇଲଖୁଣ୍ଟ ଅତିକ୍ରମ କରିଛି। ଏପ୍ରିଲ୍‌ରେ ଓଡ଼ିଶାରେ ୫୯୦୨ କୋଟି ଟଙ୍କାର ଜିଏସ୍‌ଟି ସଂଗୃହିତ ହୋଇଛି ଯାହା ପୂର୍ବବର୍ଷ ଏପ୍ରିଲ୍‌ରେ ହୋଇଥିବା ୫୦୩୬ କୋଟି ଟଙ୍କା ସଂଗ୍ରହ ତୁଳନାରେ ୧୭. ୨୧% ଅଧିକ। ସୂଚନା ଅନୁସାରେ ଏପ୍ରିଲ୍‌ରେ ରାଜ୍ୟରେ ରେକର୍ଡ ୨୦୮୧ କୋଟି ଟଙ୍କାର ଓଡ଼ିଶା ଜିଏସ୍‌ଟି ସଂଗୃହିତ ହୋଇଛି। ସେହିପରି, ଏପ୍ରିଲ୍‌ରେ ସର୍ବଭାରତୀୟ ସ୍ତରରେ ୪୩,୮୪୬ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୫୩,୫୩୮ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି, ୯୯,୬୨୩ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଓ ୧୩,୨୬୦ କୋଟି ଟଙ୍କାର ସେସ୍‌ ସଂଗ୍ରହ କରାଯାଇଛି।

ସମ୍ବନ୍ଧିତ ଖବର