ଜୁଲାଇରେ ୧.୪୯ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ : ନିକଟରେ ସମାପ୍ତ ଜୁଲାଇ ମାସରେ ଦେଶର ଜିଏସଟି ରାଜସ୍ବ ସଂଗ୍ରହ ୧.୪୯ ଲକ୍ଷ କୋଟିରେ ପହଞ୍ଚିଛି । ଏହା ଜୁଲାଇ ୨୦୨୧ ତୁଳନାରେ ୨୮ ପ୍ରତିଶତ ଅଧିକ । ଏହା ମଧ୍ୟ ଜିଏସଟି ଆରମ୍ଭ ହେବାପରଠାରୁ ୨ୟ ସର୍ବାଧିକ ମାସିକ ଜିଏସଟି ସଂଗ୍ରହ । ଗତ ଜୁନ ମାସରେ ୧୪୪.୬୧୬ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା ।
ଜୁନ ମାସରେ ସଂଗ୍ରହ ହୋଇଥିବା ୧୪୮,୯୯୫ କୋଟିର ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଟ. ୨୫,୭୫୧ କୋଟି, ରାଜ୍ୟ ଜିଏସଟି ଟ.୩୨,୮୦୭ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୭୯୫୧୮ କୋଟି ଟଙ୍କା ଓ ସେସ ୧୦୯୨୦ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ସହିତ କ୍ରମାଗତ ୫ ମାସ ଧରି ଦେଶର ଜିଏସଟି ସଂଗ୍ରହ ୧ ଲକ୍ଷ ୪୦ ହଜାର କୋଟି ଉପରେ ରହିଛି । ଗତ ୨୦୨୦ରେ କରୋନା ମହାମାରୀ ବ୍ୟାପିବା ପରେ ଦେଶର ଜିଏସଟି ଆଦାୟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ୨୦୨୧ରେ ୨ୟ ଲହର ଆସିବା ପରେ ଜିଏସଟି ସଂଗ୍ରହ ପୁଣି ଥରେ ପ୍ରଭାବିତ ହୋଇଥିଲା । କିନ୍ତୁ ମହାମାରୀ କମିବା ପରେ ଦେଶର ଅର୍ଥନୀତି ପୁଣି ସୁଧୁରିବା ଆରମ୍ଭ କରିଛି । ଗତ ମାର୍ଚ୍ଚ (ମାର୍ଚ୍ଚ ୨୦୨୨)ପରଠାରୁ ମାସିକ ଜିଏସଟି ସଂଗ୍ରହ କ୍ରମାଗତ ଭାବେ ୧ ଲକ୍ଷ ୪୦ ହଜାର କୋଟି ଉପରେ ରହିଛି ।

ସମ୍ବନ୍ଧିତ ଖବର