ନୂଆଦିଲ୍ଲୀ: ଦୀପାବଳି, ଧନତାରେସ, ଛଠ ଓ ବିବାହ ଋତୁ ଯୋଗୁଁ ନଭେମ୍ବର ମାସରେ ଜିଏସଟି ଆଦାୟରେ ଚମତ୍କାର ବୃଦ୍ଧି ଘଟିଛି। ତେବେ ଅକ୍ଟୋବର ମାସ ତୁଳନାରେ ଏହା ହ୍ରାସ ପାଇଛି ।
ନଭେମ୍ବର ୨୦୨୪ରେ ଜିଏସଟି ଆଦାୟ ଗତ ବର୍ଷ ସମାନ ମାସ ତୁଳନାରେ ୮.୫ ପ୍ରତିଶତ ବୃଦ୍ଧି ପାଇ ୧.୮୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୩ ନଭେମ୍ବରରେ ଜିଏସଟି ଆଦାୟ ୧.୬୮ ଲକ୍ଷ କୋଟି ଥିଲା । ତେବେ ଅକ୍ଟୋବର (୨୦୨୪) ତୁଳନାରେ ନଭେମ୍ବରରେ ଜିଏସଟି ଆଦାୟ ହ୍ରାସ ପାଇଛି। ଅକ୍ଟୋବରରେ ଜିଏସଟି ଆଦାୟ ୧.୮୭ ଲକ୍ଷ କୋଟି ଟଙ୍କା ଥିଲା ।
ଅର୍ଥ ମନ୍ତ୍ରଣାଳୟ ଜିଏସଟି ସଂଗ୍ରହର ତଥ୍ୟ ଜାରି କରିଛି, ଯାହା ଅନୁଯାୟୀ ୨୦୨୪ ନଭେମ୍ବରରେ ଜିଏସଟି ଆଦାୟ ସମୁଦାୟ ୧ ଲକ୍ଷ ୮୨ ହଜାର କୋଟି ଟଙ୍କା ହୋଇଛି, ଯାହା ପୂର୍ବରୁ ଅକ୍ଟୋବର ମାସରେ ୧ ଲକ୍ଷ ୮୭ ହଜାର କୋଟି ଥିଲା । ଏହି ୧ ଲକ୍ଷ ୮୨ ହଜାର କୋଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ୩୪,୧୪୧ କୋଟି ଟଙ୍କା, ରାଜ୍ୟ ଜିଏସଟି ୪୩,୦୪୭ କୋଟି ଟଙ୍କା, ଇଣ୍ଟିଗ୍ରେଟେଡ ଜିଏସଟି ୯୧,୮୨୮ କୋଟି ଟଙ୍କା ଓ ସେସ୍ ଆଦାୟ ୧୩,୨୫୩ କୋଟି ଟଙ୍କା ରହିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2022/06/GST_Thumbnail.jpg)