ଜିଏସଟି ସଂଗ୍ରହରେ ରେକର୍ଡ: ଅକ୍ଟୋବର ମାସରେ ସଂଗ୍ରହ ହୋଇଛି ୧,୩୦,୧୨୭ କୋଟି ଟଙ୍କାର ଜିଏସଟି

ନୂଆଦିଲ୍ଲୀ: ପାର୍ବଣରେ ଜିଏସଟି ସଂଗ୍ରହରେ ବୃଦ୍ଧି ଦେଖିବାକୁ ମିଳିଛି। ଲୋକମାନେ ପର୍ବପର୍ବାଣି ପାଇଁ ଅଧିକ ଜିନିଷ କିଣିଥିବାରୁ ଅକ୍ଟୋବର ମାସରେ ଏକ ରେକର୍ଡ ସଂଖ୍ୟକ ଜିଏସଟି ସଂଗ୍ରହ ହୋଇଛି। ଅକ୍ଟୋବର ମାସରେ ୧,୩୦,୧୨୭ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିବା ଜଣାପପଡ଼ିଛି। ୧,୩୦,୧୨୭ କୋଟିରୁ ୨୩,୮୬୧କୋଟି ସିଜିଏସଟି ଏବଂ ୩୦,୪୨୧ କୋଟି ଟଙ୍କାର ଏଚଜିଏସଟି ସଂଗ୍ରହ ହୋଇଛିି।

ଜିଏସଟି ଲାଗୁ ହେବା ପରଠାରୁ ଏହା ଜିଏସଟି ସଂଗ୍ରହର ଦ୍ୱିତୀୟ ସର୍ବାଧିକ ରେକର୍ଡ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ସର୍ବାଧିକ ଜିଏସଟି ସଂଗ୍ରହ ଏପ୍ରିଲ୍ ୨୦୨୧ରେ ହୋଇଥିଲା। ସେତେବେଳେ ୧,୪୧,୩୮୪ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା। ଏଥି ସହିତ, ଗତ ଅକ୍ଟୋବର ୨୦୨୦ ତୁଳନାରେ ଚଳିିତ ବର୍ଷ ଅକ୍ଟୋବର ୨୦୨୧ରେ ୨୪ପ୍ରତିଶତ ଅଧିକ ଜିଏସଟି ସଂଗ୍ରହ ହୋଇଥିବା ଜଣାପଡ଼ିଛି। ୨୦୧୯-୨୦ର ଅକ୍ଟୋବର ମାସ ତୁଳନାରେ ଏହା ୩୬% ଅଧିକ ଅଟେ।

ଜିଏସଟି ସଂଗ୍ରହର ଏହି ଚମତ୍କାର ଆକଳନ ସୂଚାଉଛି ଯେ. କରୋନା ପରେ ଦେଶର ବିଗିଡିଥିବା ଅର୍ଥନୀତି ଏବେ ସୁଧୁରିବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର