ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଆଦାୟ ଫେବ୍ରୁଆରିରେ ହ୍ରାସ ପାଇଛି। ଏହି ମାସରେ ୮୫,୧୭୪ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି। ଜାନୁଆରି ଆଦାୟ ତୁଳନାରେ ଏହା ହଜାରେ କୋଟି ଟଙ୍କା କମ୍।
ଫେବ୍ରୁଆରିରେ ୧୪,୯୪୫ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍ଟି, ୨୦,୪୫୬ କୋଟି ଟଙ୍କାର ରାଜ୍ୟ ଜିଏସ୍ଟି ଆଦାୟ କରାଯାଇଥିବା ବେଳେ ୪୨,୪୫୬ କୋଟି ଟଙ୍କାର ସମନ୍ଵିତ ଜିଏସ୍ଟି ଆଦାୟ କରାଯାଇଥିଲା। କ୍ଷତିପୂରଣ ସେସ୍ ଆକାରରେ ୭୩୧୭ କୋଟି ଟଙ୍କା ଆଦାୟ ହୋଇଛି।
ଚଳିତ ବର୍ଷ ଜାନୁଆରି ମାସରେ ୮୬,୩୧୮ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିଲା। ନଭେମ୍ବର ଓ ଡିସେମ୍ବରରେ ଯଥାକ୍ରମେ ୮୩,୭୧୬ କୋଟି ଟଙ୍କା ଓ ୮୮,୯୨୯ କୋଟି ଟଙ୍କାର ଜିଏସ୍ଟି ଆଦାୟ କରାଯାଇଥିଲା।
ଚଳିତ ମାର୍ଚ ୨୫ ତାରିଖ ସୁଦ୍ଧା ଜିଏସ୍ଟିରେ ପଞ୍ଜୀକୃତ ହୋଇଥିବା ଟିକସଦାତାଙ୍କ ସଂଖ୍ୟା ହେଉଛି ୧.୦୫ କୋଟି। ସେମାନଙ୍କ ମଧ୍ୟରୁ ୮୬ ଲକ୍ଷ ୧୭ ହଜାର ଟିକସଦାତା ପ୍ରତି ମାସରେ ରିଟର୍ଣ୍ଣ ଫାଇଲ୍ କରିବା କଥା। ମାତ୍ର ଫେବ୍ରୁଆରି ମାସ ପାଇଁ ସେମାନଙ୍କ ମଧ୍ୟରୁ ୬୯% ରିଟର୍ଣ୍ଣ ଫାଇଲ୍ କରିଥିବା ବେଳେ ଅନ୍ୟମାନେ ଦୂରେଇ ରହିଥିଲେ।
ଗତବର୍ଷ ଜୁଲାଇରେ ଦେଶରେ ଜିଏସ୍ଟି ଲାଗୁ କରାଯାଇଥିଲା। ପ୍ରାରମ୍ଭିକ କିଛି ମାସ ୯୫ ହଜାର କୋଟି ଟଙ୍କା ପାଖାପାଖି ଜିଏସ୍ଟି ଆଦାୟ ହୋଇଥିଲା। ଧୀରେ ଧୀରେ ତାହା ୮୦-୮୫ ହଜାର କୋଟି ଟଙ୍କା ସ୍ତରକୁ ଖସିଆସିଲାଣି। ଜିଏସ୍ଟିର କାର୍ଯ୍ୟକାରିତା ତ୍ରୁଟିପୂର୍ଣ୍ଣ ରହିଛି ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଛି।
ଜିଏସ୍ଟି ଆଦାୟ ୧୦୦୦ କୋଟି କମିଲା
/sambad/media/post_attachments/wp-content/uploads/2018/03/gst-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)