ନୂଆଦିଲ୍ଲୀ : ଅଗଷ୍ଟରେ ମୋଟ ଜିଏସଟି ଆଦାୟ ୧୦ ପ୍ରତିଶତ ଅଭିବୃଦ୍ଧି ସହ ୧.୭୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଗତ ମାସ ଅଗଷ୍ଟମାସରେ ଉଲ୍ଲେଖନୀୟ ଜିଏସଟି ଆଦାୟ ହୋଇଛି ଏବଂ ଜିଏସଟି ସଂଗ୍ରହର ଏହି ତଥ୍ୟ ସବୁ କ୍ଷେତ୍ରରେ ସାମଗ୍ରୀ ଓ ସେବା ଟିକସ ବୃଦ୍ଧି ଦେଖାଉଛି। ଜିଏସଟି ଆଦାୟ ମଧ୍ୟରେ କେନ୍ଦ୍ରୀୟ ଜିଏସଟି (ସିଜିଏସଟି), ରାଜ୍ୟ ଜିଏସଟି (ଏସଜିଏସଟି) ଏବଂ ସମନ୍ୱିତ ଜିଏସଟି (ଆଇଜିଏସଟି) ଅନ୍ତର୍ଭୁକ୍ତ ।

Advertisment

ଅଗଷ୍ଟମାସରେ ସରକାର ୧,୭୪,୯୬୨ କୋଟି  ଟଙ୍କାର ଜିଏସଟି ଆଦାୟ କରିଛନ୍ତି । ୨୦୨୩ ଅଗଷ୍ଟରେ ଏହି ପରିମାଣ ୧,୫୯,୦୬୯ କୋଟି ଟଙ୍କା ବା ୧.୫୯ ଲକ୍ଷ କୋଟି ଟଙ୍କା ଥିଲା।

ଅଗଷ୍ଟମାସରେ ସରକାର ୧,୭୪,୯୬୨ କୋଟି  ଟଙ୍କାର ଜିଏସଟି ଆଦାୟ କରିଛନ୍ତି । ୨୦୨୩ ଅଗଷ୍ଟରେ ଏହି ପରିମାଣ ୧,୫୯,୦୬୯ କୋଟି ଟଙ୍କା ବା ୧.୫୯ ଲକ୍ଷ କୋଟି ଟଙ୍କା ଥିଲା।

ଚଳିତ ବର୍ଷର ଏପର୍ଯ୍ୟନ୍ତ ଜିଏସଟି ରାଜସ୍ୱକୁ ଦେଖିଲେ ଚଳିତ ବର୍ଷ ଜାନୁଆରୀ-ଅଗଷ୍ଟ ମଧ୍ୟରେ ୯,୧୩,୮୫୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି, ଏହା ୧୦.୧% ବୃଦ୍ଧି ହୋଇଥିବା ବେଳେ ଗତ ବର୍ଷ ଅଗଷ୍ଟ ସୁଦ୍ଧା ସରକାର ଜିଏସଟି ଆଦାୟ ମାଧ୍ୟମରେ ମୋଟ ୮,୨୯,୭୯୬ କୋଟି ଟଙ୍କା ରୋଜଗାର କରିଥିଲେ । ଜାତୀୟ ରାଜଧାନୀ ଦିଲ୍ଲୀ ହେଉ କିମ୍ବା ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ, ପଶ୍ଚିମରେ ମହାରାଷ୍ଟ୍ରଠାରୁ ଆରମ୍ଭ କରି ପୂର୍ବର ଆସାମ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକର ଜିଏସଟି ଆଦାୟ ଦର୍ଶାଉଛି ଯେ ସାମଗ୍ରୀ ଓ ସେବା ଟିକସ କ୍ରମାଗତ ଭାବରେ ବୃଦ୍ଧି ପାଉଛି ।