ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୧୭ ହଜାର କୋଟି ଟଙ୍କାର ଜିଏସ୍ଟି କ୍ଷତିପୂରଣ ଦେଇଛନ୍ତି। ସେଥିରୁ ଓଡ଼ିଶା ୨୮୬ କୋଟି ଟଙ୍କା ପାଇଛି। ଋଣ ଜରିଆରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ୧.୫୯ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ରାଶି ଜାରି କରିସାରିଲେଣି। ଏହା ବ୍ୟତୀତ ସେସ୍ ଜରିଆରେ ଯେଉଁ ସଂଗ୍ରହ ହେଉଛି ତାହା ମଧ୍ୟ ପ୍ରତି ଦୁଇ ମାସରେ ଥରେ ରାଜ୍ୟଗୁଡ଼ିକୁ ଦିଆଯାଉଛି। ଏଥର ସରକାର ଦେଇଥିବା ୧୭ ହଜାର କୋଟି ଟଙ୍କାକୁ ମିଶାଇବା ପରେ ୨୦୨୧-୨୨ରେ ଦିଆଯାଇଥିବା କ୍ଷତିପୂରଣ ରାଶି ପରିମାଣ ୬୦ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଜିଏସ୍ଟି କ୍ଷତିପୂରଣ ରାଶିରେ ରହିଥିବା ଅଭାବକୁ କେନ୍ଦ୍ର ସରକାର ଋଣ ଜରିଆରେ ପୂରଣ କରୁଛନ୍ତି। ଋଣ ଜରିଆରେ ଯୋଗାଡ଼ କରାଯାଉଥିବା ରାଶି ମଧ୍ୟରୁ ଗତ ଜୁଲାଇରେ ୭୫ ହଜାର କୋଟି ଟଙ୍କା ଦେବା ପରେ ଚଳିତ ମାସ ପ୍ରାରମ୍ଭରେ ୪୦ ହଜାର କୋଟି ଟଙ୍କା ଦିଆଯାଇଥିଲା। ଗତ ସପ୍ତାହରେ ଆଉ ୪୪ ହଜାର କୋଟି ଟଙ୍କା ଜାରି କରାଯାଇଥିଲା।
ଓଡ଼ିଶାକୁ ୨୮୬ କୋଟିର ଜିଏସ୍ଟି କ୍ଷତିପୂରଣ
/sambad/media/post_attachments/wp-content/uploads/2021/10/gst.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)