୩୫ ତମ ଜିଏସଟି କାଉନସିଲ ବୈଠକ ଆରମ୍ଭ, ଅଧ୍ୟକ୍ଷତା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗଠିତ ଦ୍ରବ୍ୟ ଓ ସେବା ଟିକସ (ଜିଏସଟି )ର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ଜିଏସଟି କାଉନସିଲ ବୈଠକ ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଛି । ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରୁଛନ୍ତି । ଏହି ୩୫ ତମ ଜିଏସଟି କାଉନସିଲ ବୈଠକରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଛନ୍ତି ବୋଲି ଜଣାପଡିଛି । ଏହି ବୈଠକରେ କେତେକ ସାମଗ୍ରୀ ଉପରୁ ଜିଏସଟି ଛାଡ ସଂପର୍କରେ ଆଲୋଚନା ହୋଇପାରେ ।

ଏହି ଅବସରରେ ସୀତାରମଣ କହିଛନ୍ତି ଯେ ଜିଏସଟି ଆଇନକୁ ଆହୁରି ସରଳ କରାଯିବାର ଆବଶ୍ୟକତା ରହିଛି । ଜିଏସଟି ହାରକୁ ଯୁକ୍ତିଯୁକ୍ତ ଓ ଆହୁରି ଅନେକ ସାମଗ୍ରୀ ଓ ସେବାକୁ ଜିଏସଟି ପରିସରକୁ ଅଣାଯିବାର ଆବଶ୍ୟକତା ରହିଛି ।


ଏହି ବୈଠକରେ ଆଲୋଚନା ହେବାକୁ ଥିବା ଆଉ କିଛି ପ୍ରସଙ୍ଗ ମଧ୍ୟରେ ରହିଛି ଜିଏସଟି ଇ-େଓ୍ଵ ବିଲ ବ୍ୟବସ୍ଥା ସହ ଏନଏଚଏଆଇର ଫାଷ୍ଟାଗ ବ୍ୟବସ୍ଥାର ସମନ୍ଵୟ, ଆଣ୍ଟିପ୍ରଫିଟରିଂ ଅଥରିଟିର କାର୍ଯ୍ୟକାଳକୁ ଆଉ ୧ ବର୍ଷ ସଂପ୍ରସାରିତ କରିବା, ଆପିଲେଟ ଅଥରିଟି ଫର ଆଡଭାନ୍ସଡ ରୁଲିଂ ର ଜାତୀୟ ବେଞ୍ଚ ସ୍ଥାପନ ଇତ୍ୟାଦି । ଆଣ୍ଟିପ୍ରଫିଟରିଂ ଅଥରିଟିର କାର୍ଯ୍ୟକାଳକୁ ୨୦୨୦ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢାଯିବାର ପ୍ରସ୍ତାବ ରହିଛି । ଅନ୍ୟପକ୍ଷରେ ଜିଏସଟି ରିଫଣ୍ଡ ପାଇଁ ଏକ ଏକକ ମଂଜୁରୀ ଓ ପ୍ରୋସେସିଂ ସଂସ୍ଥା ସ୍ଥାପନ ବିଷୟରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ।

ସମ୍ବନ୍ଧିତ ଖବର