ଆରମ୍ଭ ହେଲା ୪୫ତମ ଜିଏସଟି ପରିଷଦ ବୈଠକ : ତେଲକୁ ଜିଏସଟି ପରିସରଭୁକ୍ତ କରିବା ପ୍ରସଙ୍ଗରେ ନିଆଯାଇପାରେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ : ଆଜି ଜିଏସଟି ପରିଷଦର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ଏହା ଅନୁଷ୍ଠିତ ହେଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଛନ୍ତି ।
ଏକ ସ୍ବତନ୍ତ୍ର ଦୃଷ୍ଟିକୋଣରୁ ଏହି ବୈଠକ ଉପରେ ସମସ୍ତଙ୍କ ଆଖି ରହିଛି । ପେଟ୍ରୋଲ, ଡିଜେଲକୁ ଜିଏସଟି ପରସରଭୁକ୍ତ କରିବା ପ୍ରସ୍ତାବ ଉପରେ ଏହି ବୈଠକରେ ଆଲୋଚନା କରାଯିବ । ଏହି ପ୍ରସଙ୍ଗରେ କେନ୍ଦ୍ର ଓ କେତେକ ରାଜ୍ୟ ସରକାରଙ୍କ ମଧ୍ୟରେ ଅସହମତି ରହିଆସିଛି । ମାତ୍ର ତେଲଦର ବୃଦ୍ଧି ସାରା ଦେଶରେ ଜନ ଅସନ୍ତୋଷ ଦେଖାଦେଇଥିବାରୁ ରାଜ୍ୟ ସରକାରମାନେ ଚାପରେ ଅଛନ୍ତି ।
ଦେଶରେ ଏବେ ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟଙ୍କା ଟପିଯାଇଛି । ଏକ ଆକଳନ ଅନୁସାରେ ଯଦି ତେଲ ଜିଏସଟି ଅଧିନକୁ ଆସେ ତେବେ ଦେଶରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ଓ ଡିଜେଲ ୬୮ରୁ ୭୦ ଟଙ୍କାକୁ ଖସିଆସିବ ।
ତେଲଦର ଛଡ଼ା ଏହି ବୈଠକରେ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ ।