୨୮ରେ ଜିଏସଟି କାଉନସିଲ ବୈଠକ , ଶସ୍ତା ହୋଇପାରେ ସିମେଣ୍ଟ, ଏସି, ଏଲଇଡି ଟିଭି

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ଜିଏସଟି କାଉନସିଲର ୩୦ ତମ ବୈଠକ ବସିବ । ଏହା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ । ଏହି ବୈଠକ ଅବସରରେ କେତେକ ସାମଗ୍ରୀ ଉପରୁ ଜିଏସଟି ହ୍ରାସ ସଂପର୍କରେ ଆଲୋଚନା ହେବାର ସମ୍ଭାବନା ରହିଛି । ବିଶେଷ କରି ସିମେଣ୍ଟ, ଏସି ଓ ବଡ଼ ସ୍କ୍ରିନ ଏଲଇଡି ଟିଭି ଉପରୁ ଜିଏସଟି ହ୍ରାସ ହୋଇପାରେ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ବୈଠକରେ ଅଧ୍ୟକ୍ଷତା କରିବେ ।

ଗତ ଜୁଲାଇ ମାସରେ ଅନୁଷ୍ଠିତ ଜିଏସଟି କାଉନସିଲ ବୈଠକରେ ପ୍ରାୟ ୧୦୦ଟି ସାମଗ୍ରୀ ଉପରୁ ଜିଏସଟି ହ୍ରାସ କରାଯାଇଥିଲା । ସେସବୁ ସାମଗ୍ରୀ ମଧ୍ୟରେ ଥିଲା ହାତବୁଣା ଶାଢୀ,ଫସଫୋରିକ ଏସିଡ, ଇଥାନଲ, ଜୋତା,  କାଠ,ମାର୍ବଲ ଓ ପଥର ମୂର୍ତ୍ତି, ରାକ୍ଷୀ, ଇଲେକ୍ଟ୍ରିକ ଆଇରନ, ଭାକ୍ୟୁମ କ୍ଲିନର, ଇମର୍ସନ ଆଇରନ,ହେୟାର ଡ୍ରାୟର, ଓ୍ଵାସିଂ ମେସିନ ଇତ୍ୟାଦି ।ଏହି ବୈଠକରେ ସାନିଟାରୀ ନାପକିନ ଉପରୁ ଜିଏସଟି ଛାଡ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

 

ସମ୍ବନ୍ଧିତ ଖବର