ଆସନ୍ତା କାଲି ଜିଏସଟି କାଉନସିଲ ବୈଠକ, ଅଧ୍ୟକ୍ଷତା କରିବେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ଆସନ୍ତା କାଲି ଜିଏସଟି କାଉନସିଲର ୩୫ ତମ ବୈଠକ ବସିବ । ନୂଆ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହା ହେବ ପ୍ରଥମ ଜିଏସଟି ବୈଠକ । ଏହି ବୈଠକରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ମଧ୍ୟରେ ରହିଛି ଜିଏସଟି ଇ-େଓ୍ଵ ବିଲ ବ୍ୟବସ୍ଥା ସହ ଏନଏଚଏଆଇର ଫାଷ୍ଟାଗ ବ୍ୟବସ୍ଥାର ସମନ୍ଵୟ, ଆଣ୍ଟିପ୍ରଫିଟରିଂ ଅଥରିଟିର କାର୍ଯ୍ୟକାଳକୁ ଆଉ ୧ ବର୍ଷ ସଂପ୍ରସାରିତ କରିବା, ଆପିଲେଟ ଅଥରିଟି ଫର ଆଡଭାନ୍ସଡ ରୁଲିଂ ର ଜାତୀୟ ବେଞ୍ଚ ସ୍ଥାପନ ଇତ୍ୟାଦି ।

ଆଣ୍ଟିପ୍ରଫିଟରିଂ ଅଥରିଟିର କାର୍ଯ୍ୟକାଳକୁ ୨୦୨୦ ନଭେମ୍ବର ୩୦ ପର୍ଯ୍ୟନ୍ତ ବଢାଯିବାର ପ୍ରସ୍ତାବ ରହିଛି । ଅନ୍ୟପକ୍ଷରେ ଜିଏସଟି ରିଫଣ୍ଡ ପାଇଁ ଏକ ଏକକ ମଂଜୁରୀ ଓ ପ୍ରୋସେସିଂ ସଂସ୍ଥା ସ୍ଥାପନ ବିଷୟରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ । ଏହି ୩୫ ତମ ଜିଏସଟି କାଉନସିଲ ବୈଠକରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର