ଜିଏସଟି କାଉନସିଲ ବୈଠକରେ ନିଷ୍ପତ୍ତି, ଜିଏସଟି ବକେୟା ନଥିଲେ ଲେଟ୍‌ ଫି ପଡ଼ିବ ନାହିଁ

ନୂଆଦିଲ୍ଲୀ : ଜିଏସଟି କାଉନସିଲର ୪୦ ତମ ବୈଠକ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦେଶରେ କରୋନା ବ୍ୟାପିବା ପରେ ଏହା ହେଉଛି ପ୍ରଥମ ଜିଏସଟି କାଉନସିଲ ବୈଠକ । ଏହି ବୈଠକରେ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ କେତେକ ସୁବିଧା ଘୋଷଣା କରାଯାଇଛି ।
ଏହି ବୈଠକ ପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବ୍ୟବସାୟୀ ମାନଙ୍କୁ ସହାୟତା କରିବାକୁ ଆଜିର ବୈଠକରେ କେତେକ ନିଷ୍ପତ୍ତି ନିଆଯାଇଛି । ବିଳମ୍ବରେ ଜିଏସଟି ଫାଇଲିଂ କଲେ ପଡ଼ୁଥିବା ଲେଟ୍‌ ଫି ବା ବିଳମ୍ବ ଦେୟକୁ ଛାଡ଼ କରାଯାଇଛି । ଜୁଲାଇ ୨୦୧୭ରୁ ଜାନୁଆରି ୨୦୨୦ ପର୍ଯ୍ୟନ୍ତ ଯେଉଁମାନଙ୍କ କୌଣସି ଟିକସ ବକେୟା ନଥିବ ମାତ୍ର ସେମାନେ ରିଟର୍ଣ୍ଣ ଫାଇଲ କରିନଥିବେ, ସେମାନଙ୍କ ଠାରୁ କୌଣସି ଲେଟ ଫି ଆଦାୟ ହେବ ନାହିଁ ।
ସେହିପରି ଯେଉଁ ବ୍ୟବସାୟୀଙ୍କ ବାର୍ଷିକ ଟର୍ଣ୍ଣଓଭର ୫ କୋଟିରୁ କମ ଥିବ, ଫେବ୍ରୁଆରି, ମାର୍ଚ୍ଚ ଓ ଏପ୍ରିଲ ପାଇଁ ସେମାନଙ୍କ ଉପରେ ଲାଗୁ ବିଳମ୍ବ ଜିଏସଟି ଫାଇଲ ଦେୟ ଉପରେ ସୁଧହାର ୧୮ ପ୍ରତିଶତରୁ ୯ ପ୍ରତିଶତକୁ କମାଇଦିଆଯାଇଛି । ସେହିପରି କ୍ଷୁଦ୍ର ଟିକସଦାତାଙ୍କ ପାଇଁ ଜୁଲାଇ ପର୍ଯ୍ୟନ୍ତ ବିଳମ୍ବ ଜିଏସଟି ଫାଇଲ କଲେ କୌଣସି ଲେଟ ଫି ପଡ଼ିବ ନାହିଁ ।

ସମ୍ବନ୍ଧିତ ଖବର