ଜିଏସଟି କାଉନସିଲର ନିଷ୍ପତ୍ତି : ମହଙ୍ଗା ହେବ ମୃଦୁପାନୀୟ,ଶସ୍ତା ହେବ ହୋଟେଲ ରୁମ

ନୂଆଦିଲ୍ଲୀ : ଦେଶରେ ମୃଦୁପାନୀୟ, ଏନର୍ଜି ଡ୍ରିଙ୍କ ଆଦି ମହଙ୍ଗା ହେବ । ଏହା ଉପରେ ଲାଗୁ ହେଉଥିବା ଜିଏସଟି ହାର ୧୮ ପ୍ରତିଶତରୁ ବୃଦ୍ଧି କରି ୨୮ ପ୍ରତିଶତ କରାଯାଇଛି । ଆହୁରି ମଧ୍ୟ ଏସବୁ ସାମଗ୍ରୀ ଉପରେ ଅତିରିକ୍ତଭାବେ ୧୨ ପ୍ରତିଶତ ସେସ ଲାଗିବ । ଆଜି ବସିଥିବା ଜିଏସଟି କାଉନସିଲର ୩୭ ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

urban pixels

ଏହାଛଡା ଜିଏସଟି କାଉନସିଲ ପକ୍ଷରୁ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବାର୍ଷିକ ୨ କୋଟିରୁ କମ ଟର୍ଣ୍ଣଓଭର ଥିବା ବ୍ୟବସାୟଗୁଡ଼ିକ ପାଇଁ ଜିଏସଟି ରିଟର୍ଣ୍ଣ ଫାଇଲ କରିବାକୁ ପଡିବ ନାହିଁ । ଆଉ ଏକ ନିଷ୍ପତ୍ତିକ୍ରମେ ୧୦୦୦ ହଜାର ଟଙ୍କାରୁ କମ ମୂଲ୍ୟର ହୋଟେଲ ରୁମ ଉପରୁ ଜିଏସଟି ଛାଡ କରାଯାଇଛି । ୧୦୦୦ ଟଙ୍କାରୁ ୭୫୦୦ ଟଙ୍କିଆ ରୁମ ଉପରେ ୧୨ ପ୍ରତିଶତ ଓ ୭୫୦୦ରୁ ଅଧିକ ମୂଲ୍ୟର ରୁମ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶରେ ହୋଟେଲ ରୁମ ଶସ୍ତା ହେବ ଓ ତାହା ପର୍ଯ୍ୟଟନକୁ ବଢାଇବ ।

ସମ୍ବନ୍ଧିତ ଖବର