ଜିଏସଟି ପଂଜୀକରଣ ପାଇଁ ଆଧାର ଗ୍ରହଣୀୟ ହେବ, ମଲ୍ଟିପ୍ଲେକ୍ସ ପାଇଁ ଇ-ଟିକେଟ ବାଧ୍ୟତାମୂଳକ :ଜିଏସଟି କାଉନସିଲ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ : ଆଜି ଅନୁଷ୍ଠିତ ୩୫ ତମ ଜିଏସଟି କାଉନସିଲ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଜାନୁୟାରୀ ୧, ୨୦୨୦ରୁ ସବୁ ବ୍ୟବସାୟ ପାଇଁ ଗୋଟିଏ ଜିଏସଟି ରିଟର୍ଣ୍ଣ ଦାଖଲ କରିବାକୁ ହେବ । ବାର୍ଷିକ ରିଟର୍ଣ୍ଣ ଫାଇଲ କରିବା ପାଇଁ ଶେଷ ତାରିଖକୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

କାଉନସିଲ ମଧ୍ୟ ଇଲେକ୍ଟୋ୍ରନିକ ଇନଭଏସ ସିଷ୍ଟମକୁ ମଂଜୁରୀ ଦେଇଛି । ଅନ୍ୟପକ୍ଷରେ ମଲଟିସ୍କ୍ରିନ ସିନେମା (ମଲଟିପ୍ଲେକ୍ସ) ଗୁଡ଼ିକରେ ଇ-ଟିକେଟିଂ କୁ ବାଧ୍ୟତାମୂଳକ କରାଯାଇଛି । ଆଣ୍ଟିପ୍ରଫିଟରିଂ ଅଥରିଟିର କାର୍ଯ୍ୟକାଳକୁ ଆଉ ୨ ବର୍ଷ ସଂପ୍ରସାରିତ କରାଯାଇଛି । ଏଣିକି ଜିଏସଟି ପଂଜୀକରଣ ପାଇଁ ଆଧାର କାର୍ଡ ଗ୍ରହଣୀୟ ହେବ । ଅନ୍ୟପକ୍ଷରେ ୨୬ଟି ରାଜ୍ୟରେ ଜିଏସଟି ଟ୍ରିବୁନାଲ ଗଠନ ପାଇଁ କାଉନସିଲ ମଂଜୁରୀ ଦେଇଛି । ଆହୁରି ମଧ୍ୟ ଜିଏସଟି ଆପିଲେଟ ଟ୍ରିବୁନାଲ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ଇଲେକ୍ଟ୍ରିକ ଯାନ ପାଇଁ ଜିଏସଟି ହ୍ରାସ ପ୍ରସ୍ତାବକୁ ଏକ କମିଟିକୁ ପଠାଇଦିଆଯାଇଛି ।

ସମ୍ବନ୍ଧିତ ଖବର