ଆଜି ହେବାକୁ ଥିବା ୩୬ ତମ ଜିଏସଟି କାଉନସିଲ ବୈଠକ ସ୍ଥଗିତ

ନୂଆଦିଲ୍ଲୀ : ଆଜି ହେବାକୁ ଥିବା ଜିଏସଟି କାଉନସିଲର ୩୬ ତମ ବୈଠକକୁ ଶେଷ ମୂହୂର୍ତ୍ତରେ ବାତିଲ କରିଦିଆଯାଇଛି । ଏହି ବୈଠକ ପାଇଁ ଆଉ ଏକ ତାରିଖ ସ୍ଥିର କରାଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବୈଠକରେ ଅଧ୍ୟକ୍ଷତା କରିବାର ଥିଲା । କିନ୍ତୁ ସଂସଦୀୟ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଏହି ବୈଠକକୁ ଆଉ କିଛି ଦିନ ଘୁଞ୍ଚାଇଦିଆଯାଇଥିବା ଜଣାଯାଇଛି । ଆଜିର ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରି ନିଷ୍ପତ୍ତି ନିଆଯିବାର ଥିଲା ।

ମୁଖ୍ୟ ପ୍ରସଙ୍ଗ ଥିଲା ଇଲେକ୍ଟ୍ରିକ ଯାନ ଉପରେ ଜିଏସଟି ହାର ହ୍ରାସ । ଇଲେକ୍ଟ୍ରିକ ଯାନ ଉପରେ ଏବେ ୧୨ ପ୍ରତିଶତ ଜିଏସଟି ଲାଗୁ ହେଉଛି । ଏହାକୁ ୫ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ରହିଛି । ସେହିପରି ସୌରଶକ୍ତି ପ୍ରକଳ୍ପ ଓ ପବନ ଶକ୍ତି ଟର୍ବାଇନ ଗୁଡ଼ିକ ଉପରେ ମଧ୍ୟ ଜିଏସଟି ହ୍ରାସ ପାଇଁ ପ୍ରସ୍ତାବ ଉପରେ ଆଲୋଚନା ହେବାର ଥିଲା । ପରିବେଶ ପ୍ରଦୂଷଣ ରୋକିବା ପାଇଁ ସରକାର ଇଲେକ୍ଟ୍ରିକ ଯାନ, ସୌରଶକ୍ତି ଓ ପବନ ଶକ୍ତି ଉପରେ ଗୁରୁତ୍ୱ ଦେଉଛନ୍ତି ।

ସମ୍ବନ୍ଧିତ ଖବର