କୋଭିଡ୍ ସାମଗ୍ରୀ ଟିକସ କମିପାରେ, ଆଜି ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଜିଏସ୍‌ଟି ପରିଷଦର ବୈଠକ ଅନୁଷ୍ଠିତ ହେବ। କୋଭିଡ୍‌ ମହାମାରୀ ମୁକାବିଲା ଲାଗି ଦରକାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ଓ ବ୍ଲାକ୍ ଫଙ୍ଗସ୍‌ ଔଷଧ ଉପରୁ ଟିକସ ହ୍ରାସ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହି ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ ମଧ୍ୟ ଯୋଗ ଦେବେ।କୋଭିଡ୍‌ ମୁକାବିଲାରେ ବ୍ୟବହାର ହେଉଥିବା ସାମଗ୍ରୀ ଯଥା ମେଡିକାଲ୍ ମାନର ଅକ୍ସିଜେନ୍, ପଲ୍‌ସ ଅକ୍ସିମିଟର, ହ୍ୟାଣ୍ଡ ସାନିଟାଇଜର୍‌ ଓ ଭେଣ୍ଟିଲେଟର୍‌ ଉପରୁ ଟିକସ କମ୍ କରିବା ଲାଗି ମେଘାଳୟର ଉପ ମୁଖ୍ୟମନ୍ତ୍ରୀ କର୍ନାଡ୍‌ ସାଙ୍ଗମାଙ୍କ ନେତୃ୍ତ୍ବରେ ଗଠିତ ମନ୍ତ୍ରୀ ଗୋଷ୍ଠୀ ସୁପାରିସ କରିଛି। ତାହା ଉପରେ ଆସନ୍ତାକାଲି ବୈଠକରେ ଆଲୋଚନା ହେବ। ଟିକା, ଔଷଧ, କୋଭିଡ୍‌ ଚିକିତ୍ସା ଲାଗି ଔଷଧ ଓ ଟେଷ୍ଟିଂ କିଟ୍ ଉପରୁ ଟିକସ ହ୍ରାସ ଉପରେ ବିଚାର କରାଯାଇପାରେ।

ସମ୍ବନ୍ଧିତ ଖବର