ଆଜି ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ: ଦେଶ କରୋନା ମହାମାରୀର ଭୟଙ୍କର ଦ୍ବିତୀୟ ଲହରକୁ ସାମ୍ନା କରୁଥିବା ବେଳେ ଆସନ୍ତାକାଲି ଜିଏସ୍‌ଟି ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଥିବା ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଅର୍ଥମନ୍ତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିବେ। ବିଭିନ୍ନ ରାଜ୍ୟରେ ଲଗାଯାଇଥିବା ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଯୋଗୁଁ ଅଥନୈତିକ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫଳରେ ଉଭୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ରାଜସ୍ବ ଆୟ ପ୍ରଭାବିତ ହୋଇଛି। ମହାମାରୀର ମୁକାବିଲା ଲାଗି ରାଜ୍ୟଗୁଡ଼ିକ ପାଖରେ ପର୍ଯ୍ୟାପ୍ତ ସମ୍ବଳ ନାହିଁ।

ସେ ବିଷୟରେ ଆସନ୍ତାକାଲିର ବୈଠକରେ ଆଲୋଚନା ହେବ। ରାଜ୍ୟଗୁଡ଼ିକ ଜିଏସ୍‌ଟି କ୍ଷତିପୂରଣକୁ ନେଇ ନିଜର ଦାବି ଉପସ୍ଥାପନ କରିବେ। ଆଉ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ଦେବା ଲାଗି ଦାବି ଉପସ୍ଥାପନ କରିବେ। ଏହା ଉପରେ ଗରମାଗରମ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର, ଟିକା ଆଦି ଉପରୁ ଜିଏସ୍‌ଟି ଛାଡ଼ କରିବା କିମ୍ବା ହ୍ରାସ କରିବା ବିଷୟରେ ମଧ୍ୟ ଆସନ୍ତାକାଲି ଆଲୋଚନା ହେବ। କୋଭିଡ୍ ସହାୟତା ଓ ମେଡିକାଲ୍ ଉପକରଣ ଉପରୁ ମଧ୍ୟ ଟିକସ ହ୍ରାସ କରିବା ନେଇ ନିଷ୍ପତ୍ତି ହୋଇପାରେ।

ସମ୍ବନ୍ଧିତ ଖବର