ନୂଆଦିଲ୍ଲୀ : ଭାରତୀୟ ଜାତୀୟ ପତାକା ବିକ୍ରି ଉପରୁ ଜିଏସଟି ଛାଡ଼ କରାଯାଇଛି। ପୂର୍ବରୁ ସୂତା, ସିଲ୍କ, ଉଲ କିମ୍ବା ଖଦିରେ ନିର୍ମିତ ହାତ ତିଆରି ଜାତୀୟ ପତାକା ଉପରୁ ଜିଏସ୍ଟି ଛାଡ଼ ହୋଇଥିବା ବେଳେ ଏବେ ମେସିନ ତିଆରି ଓ ପଲିଷ୍ଟର ଜାତୀୟ ପତାକା ଉପରୁ ଜିଏସ୍ଟି ଛାଡ଼ କରାଯାଇଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜି ଏ ନେଇ ସୂଚନା ଦିଆଯାଇଛି। ଭାରତର ପତାକା କୋଡ-୨୦୦୨ରେ ଗତବର୍ଷ ଡିସେମ୍ବରରେ ହୋଇଥିବା ସଂଶୋଧନ ଆଧାରରେ ଏହା କରାଯାଇଛି ବୋଲି ରାଜସ୍ବ ବିଭାଗ କହିଛି। ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ‘ହର୍ ଘର୍ ତିରଙ୍ଗା’ ପଦକ୍ଷେପ ପରିପ୍ରେକ୍ଷୀରେ ଏହି ଘୋଷଣା କରାଯାଇଛି।
ଜାତୀୟ ପତାକା ଉପରୁ ଜିଏସ୍ଟି ଛାଡ଼
/sambad/media/post_attachments/wp-content/uploads/2022/07/flag.jpg)