ନୂଆଦିଲ୍ଲୀ: ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରୁ ଗୁଡ୍ସ ଆଣ୍ଡ୍ ସର୍ଭିିସ ଟ୍ୟାକ୍ସ(ଜିଏସ୍ଟି) ହ୍ରାସ ନେଇ ରହିଥିବା କଳ୍ପନା ଜଳ୍ପନାର ଅନ୍ତଃ ଘଟିଛି। ଶୁକ୍ରବାର ଜିଏସ୍ଟି କାଉନ୍ସିଲ୍ ବୈଠକର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୧୭୭ ସାମଗ୍ରୀ ଉପରେ କମିଛି ଜିଏସଟି। ଏହି ଘୋଷଣାରେ ଆଶ୍ୱସ୍ତ ହୋଇଛନ୍ତି ଦେଶବାସୀ। ପୂର୍ବରୁ ପ୍ରାୟ ୨୨୩ଟି ସାମଗ୍ରୀ ଉପରୁ ଜିଏସ୍ଟି ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲେ ବି ଶେଷରେ ୧୭୭ଟି ସାମଗ୍ରୀ ଉପରେ ଜିଏସ୍ଟି ହ୍ରାସ କରାଯାଇଛି ।
ସୂଚନା ଅନୁଯାୟୀ, ବିଭିନ୍ନ ଲକ୍ସରି ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସ୍ଟି ରହିଥିବା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ପୂର୍ବରୁ ଲାଗିଥିବା ୨୮ ପ୍ରତିଶତ ଜିଏସ୍ଟିକୁ କମାଯାଇ ୧୮ ପ୍ରତିଶତ କରାଯାଇଛି। ସେହିପରି ଚୁଇଂଗମ୍, ଚକ୍ଲେଟ୍, ଡିଓଡ୍ରେଣ୍ଟ, ଓ୍ଵାସିଂ ପାଉଡର, ମାର୍ବଲ, ଡିଟରଜେଣ୍ଟ ଆଦିରେ ୨୮ ପ୍ରତିଶତରୁ କମ୍ ଜିଏସ୍ଟି ଲଗାଯାଇଛି। ୨୮ ପ୍ରତିଶତ ଜିଏସ୍ଟି ଲାଗିଥିବା ୧୭୩ଟି ସାମଗ୍ରୀ ଉପରେ ଜିଏସ୍ଟି କାଉନ୍ସିଲ୍ ବୈଠକ ବସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ୫୦ଟି ସାମଗ୍ରୀ ଉପରେ ୨୮% ଜିଏସ୍ଟି ବଳବତ୍ତର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/637645-gst-council.jpg)