ନଭେମ୍ବର ମାସରେ ଜିଏସଟି କାଉଂସିଲ ସାଧାରଣ ଜନତାଙ୍କ ସମେତ କିଛି ଛୋଟ ଏବଂ ମଧ୍ୟମ ଧରଣର ବ୍ୟବସାୟକୁ ଉପହାର ଭେଟି ଦେବାକୁ ଯାଉଛି। ସୂଚନା ମୁତାବକ, ୧୦ ନଭେମ୍ବରରେ ଗୌହାଟୀରେ ଜିଏସଟି ପରିଷଦର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ସାଧାରଣ ଜନତାଙ୍କୁ ଯେଉଁଠି ଶସ୍ତା ବସ୍ତୁ ଏବଂ ସେବା ଉପହାର ଆଧାରରେ ମିଳିପାରେ ସେହିପରି ବ୍ୟବସାୟଗୁଡିକ ଉପରେ ମଧ୍ୟ ଟାକ୍ସର ଭାର କମ୍‌ କରାଯିବାରର ଯଥେଷ୍ଟ ସମ୍ଭାବନା ରହିଛି।

Advertisment

ତେବେ କଂପୋଜିସନ ସ୍କିମକୁ ନେଇ ଆସାମ ଅର୍ଥ ମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ଅଧ୍ୟକ୍ଷତାରେ ତିଆରି ହୋଇଥିବା ଏକ ଟିମ ଏହା ଉପରେ କିଛି ଗୁରୁତ୍ୱ ପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଯାହାକୁ ଜିଏସଟି ପରିଷଦ ଗ୍ରହଣ କରି ପାରନ୍ତି। ତେଣୁ ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଜଣାଇବୁ କି ନଭେମ୍ବରରେ କେଉଁ କେଉଁ ଜିନିଷ ଶସ୍ତା ହୋଇପାରେ।

ବାହାର ଖାଦ୍ୟ ହେବ ଶସ୍ତା

ମନ୍ତ୍ରିମଣ୍ଡଳ ପରାମର୍ଶ ଦେଇଛନ୍ତି କି, ଏସି ରେଷ୍ଟୁରାଂଟରେ ଲାଗୁ ହୋଇଥିବା ୧୮ ପ୍ରତିଶତ ଜିଏସଟିକୁ ହ୍ରାସ କରାଯାଇ ତାକୁ ୧୨ ପ୍ରତିଶତ କରି ଦିଆଯାଉ ବୋଲି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ପୂର୍ବରୁ ଏସି ହୋଟେଲରେ ଲାଗୁ ହେବାକୁ ଥିବା ରେଟକୁ କମାଇବା ନେଇ ସଂକେତ ଦେଇ ସାରିଛନ୍ତି। ମିଳିଥିବା ସୂଚନାରୁ ଯାହା ଜଣା ପଡିଛି, ୧୦ ନଭେମ୍ବରକୁ ବୈଠକରେ ପରିଷଦ ଏସି ହୋଟେଲରେ ଲାଗୁ ହେବାକୁ ଥିବା ରେଟକୁ ହ୍ରାସ ନିଶ୍ଚୟ କରିପାରନ୍ତି। ଏହାଦ୍ୱାରା ଆପଣଙ୍କୁ ଏସି ହୋଟେଲରେ ଖାଦ୍ୟ ଖାଇବା ଉପରେ କମ ବିଲ୍‌ ପରିଶୋଧ କରିବାକୁ ପଡ଼ିବ।

କଂପୋଜିସନ ସ୍କିମ ଆଧାରରେ ମିଳିବ ଲାଭ

କଂପୋଜିସନ ସ୍କିମର ସୀମା ୧ କୋଟିରୁ ବୃଦ୍ଧି କରାଯାଇ ଦେଢ କୋଟି କରାଯାଇପାରେ। ଏହାଦ୍ୱାରା ଅନେକ ବ୍ୟବସାୟ ଏହାର ପରିସରରେ ଆସିପାରନ୍ତି। ଏହାବ୍ୟତୀତ ମାନ୍ୟୁଫାକଚର୍ସ ବିକ୍ରି ଉପରେ ୨ ସ୍ଥାନରେ ୧ ପ୍ରତିଶତ, ରେଷ୍ଟୁରାଂଟ ପାଇଁ ୫ ବଦଳରେ ୧ ପ୍ରତିଶତ ଏବଂ ଟ୍ରେଡର୍ସ ପାଇଁ ୧ ବଦଳରେ ୦.୫ ପ୍ରତିଶତ କର ଦେବାକୁ ପରାମର୍ଶ ଦିଆଯାଇଛି।

ସାଧାରଣ ଜନତାଙ୍କୁ ମିଳିବ ଆଶ୍ୱସ୍ତି

କଂପୋଜିସନ ସ୍କିମର ସୀମା ବୃଦ୍ଧି ଏବଂ ହୋଟେଲ ଓ ମାନ୍ୟୁଫାକଚର୍ସ ପାଇଁ ଟାକ୍ସ ଦର ହ୍ରାସ ପାଇବା ଦ୍ୱାରା ସାଧାରାଣ ଜନତାଙ୍କୁ ମଧ୍ୟ ଫାଇଦା ମିଳିବ। ଯଦି ଏଭଳି ହୁଏ ତେବେ ଏହି ସବୁ ହୋଟେଲରେ ଖାଇବା ଆପଣଙ୍କ ପାଇଁ ଅନ୍ୟ ହୋଟେଲଗୁଡିକ ତୁଳନାରେ ବହୁତ ଶସ୍ତା ହୋଇପାରେ।

ଘର କିଣା ହୋଇପାରେ ଶସ୍ତା

ଏହି ବୈଠକରେ ରିୟଲ ଇଷ୍ଟେଟକୁ ଜିଏସଟି ପରିସରରେ ଅଣାଯାଇପାରେ ଯ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହି ସଂକେତ ମଧ୍ୟ ପୂର୍ବରୁ ଦେଇସାରିଛନ୍ତି।

ଘରେ ବ୍ୟବହୃତ ସାମଗ୍ରୀ ହେବ ଶସ୍ତା

ମାନ୍ୟୁଫାକଚରିଂ ସେକ୍ଟରକୁ କଂପୋଜିସନ ସ୍କିମ ପରିସରରେ ଲାଗିବାକୁ ଯାଉଥିବା ଟାକ୍ସ ମାମଲାରେ ଆଶ୍ୱସ୍ତି ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଯାହାଦ୍ୱାରା କି ଘର ବ୍ୟବହୃତ ଅନେକ ସାମଗ୍ରୀ ଯେପରିକି, ବାଥରୁମ ଟାଇଲ, ଷ୍ଟିଲ ଜିନିଷ ସମେତ ଅନ୍ୟ ଜିନିଷଗୁଡିକ ମଧ୍ୟ ଶସ୍ତା ହୋଇପାରେ।

ଉଲ୍ଲେଖଯୋଗ୍ୟ ଯେ, ରାଜସ୍ୱ ସଚିବ ହଂସମୁଖ ଅଧିଆ ସୂଚନା ଦେଇ ସାରିଛନ୍ତି କି ୨୮ ପ୍ରତିଶତ ସ୍ତରରେ କିଛି ଉତ୍ପାଦଗୁଡିକର ଦର କମ କରାଯାଇପାରେ। ଏହା ଉପରେ ୧୨ରୁ ୧୮ପ୍ରତିଶତ ରେଟ୍‌ ଲଗାଯାଇପାରେ। ଏଭଳି ପରିସ୍ଥିତିରେ ୨୮ ପ୍ରତିଶତର ରେଂଜର ପରିସରରେ ଆସୁଥିବା ସାଧାରଣ ଜନତାଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହୋଇପାରେ।