ବିମାନ ଇନ୍ଧନକୁ ଜିଏସ୍‌ଟିରେ ସାମିଲ କରିବାକୁ ଦାବି

ନୂଆଦିଲ୍ଲୀ: ବିମାନରେ ବ୍ୟବହାର ହେଉଥିବା ଇନ୍ଧନ ଆଭିଏସନ୍‌ ଟର୍ବାଇନ୍‌ ଫୁଏଲ୍‌ (ଏଟିଏଫ୍‌)କୁ ଜିଏସ୍‌ଟି ପରିସରରେ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜିଏସ୍‌ଟି ପରିଷଦକୁ ଏହି ପ୍ରସ୍ତାବ ଦିଆଯିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ନିକଟରେ ବିମାନ କଂପାନିଗୁଡ଼ିକ ଏହି ଦାବି ଉପସ୍ଥାପନ କରିଛନ୍ତି। ଏଠାରେ ଆୟୋଜିତ ଏକ ବୈଠକରେ ଏୟାର ଇଣ୍ଡିଆର ସିଏମ୍‌ଡି ପ୍ରଦୀପ ସିଂ ଖରୋଲା, ପଓ୍ଵନ୍‌ ହନ୍ସର ସିଏମ୍‌ଡି ବି ପି ଶର୍ମା ଓ ଘରୋଇ ବିମାନ କଂପାନିଗୁଡ଼ିକର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଶ୍ରୀ ସିହ୍ନାଙ୍କ ସହ ଆଲୋଚନା କରିଥିଲେ। ଯଦି ଏଟିଏଫ୍‌କୁ ଜିଏସ୍‌ଟି ପରିସରରେ ସାମିଲ କରାଯିବ ତେବେ ବିମାନ ଟିକଟ ଆହୁରି ଶସ୍ତା ହୋଇଯିବ। ବିମାନ କଂପାନିଗୁଡ଼ିକର ପରିଚାଳନା ଖର୍ଚର ଏକ ସିଂହଭାଗ ଇନ୍ଧନରେ ବ୍ୟବହାର ହେଉଛି।

ସମ୍ବନ୍ଧିତ ଖବର