ନୂଆଦିଲ୍ଲୀ: ସାନିଟାରି ନାପକିନ ଉପରୁ ଜିଏସଟି ଛାଡ କରାଯିବ । ଆଜି ବସିଥିବା ଜିଏସଟି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଦିଲ୍ଲୀ ଅର୍ଥମନ୍ତ୍ରୀ ମନିଶ ସିସୋଦିଆ ସୂଚନା ଦେଇଛନ୍ତି । ପୂର୍ବରୁ ସାନିଟାରୀ ନାପକିନ ଉପରେ ୧୨ ପ୍ରତିଶତ ଜିଏସଟି ଆଦାୟ କରାଯାଉଥିଲା । କିନ୍ତୁ ଏହାକୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଥିଲା । ଦେଶରେ ମହିଳାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ୟାଡମ୍ୟାନ ପରି ବଲିଉଡ ଫିଲ୍ମ ଆସିଥିଲା । କିନ୍ତୁ ସରକାର ଏହାକୁ ଶସ୍ତା କରିବା ବଦଳରେ ୧୨ ପ୍ରତିଶତ ଜିଏସଟି ଲାଗୁ କରିବା କୁ ବିଭିନ୍ନ ମହଲରୁ ବିରୋଧ କରାଯାଉଥିଲା । ଅନ୍ୟପକ୍ଷରେ ଜିଏସଟି ରିଟର୍ଣ୍ଣ ଫାଇଲ ପ୍ରକ୍ରିୟାକୁ କିଛିଟା ସରଳ କରାଯାଇଥିବା ସୂଚନା ମିଳିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାଛଡ଼ା ହାତବୁଣା ଶାଢୀ, ସାରଉତ୍ପାଦନରେ ବ୍ୟବହାର ହେଉଥିବା ଫସଫୋରିକ ଏସିଡ, ତେଲ କମ୍ପାନିଙ୍କୁ ବିକ୍ରି ହେଉଥିବା ଇଥାନଲ ଉପରେ ଜିଏସଟି ହାର ୫ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋତା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ସେହିପରି, କାଠ,ମାର୍ବଲ ଓ ପଥର ମୂର୍ତ୍ତି, ରାକ୍ଷି ଉପରୁ ଜିଏସଟି ଛାଡ କରାଯାଇଛି । ଅନ୍ୟପକ୍ଷରେ ଇଲେକ୍ଟ୍ରିକ ଆଇରନ, ଭାକ୍ୟୁମ କ୍ଲିନର, ଇମର୍ସନ ଆଇରନ,ହେୟାର ଡ୍ରାୟର ଉପରୁ ଜିଏସଟି ୧୮ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ଓ୍ଵାସିଂ ମେସିନ ଉପରୁ ଜିଏସଟି ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି ।