ମାଲେସିଆରେ ଜିଏସ୍‌ଟି ଉଚ୍ଛେଦ

କୁଆଲାଲମ୍ପପୁର: ମାଲେସିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ଦେଶରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି)କୁ ଉଚ୍ଛେଦ କରିବାକୁ ଘୋଷଣା କରିଛନ୍ତି। ଏ ନେଇ ସେ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରତି ମଧ୍ୟ ଦେଇଥିଲେ। ମାଲେସିଆରେ ଫ୍ଲାଟ ୬ ପ୍ରତିଶତ ଜିଏସ୍‌ଟି ଆଦାୟ ହେଉଥିବାବେଳେ ଏହାକୁ ଶୂନ ପ୍ରତିଶତ କରିବାକୁ କୁହାଯାଇଛି। ଜିଏସ୍‌ଟି ସ୍ଥାନରେ ବିକ୍ରି ଓ ସେବା ଟିକସ ଆସନ୍ତା ଜୁଲାଇରୁ କାର୍ଯ୍ୟକାରୀ ହେବ। ପୂର୍ବର ନଜିବ୍‌ ରଜାକ୍‌ଙ୍କ ସରକାର ଦେଶରେ ୨୦୧୪ରେ ଜିଏସ୍‌ଟି କାର୍ଯ୍ୟକାରୀ କରିଥିଲେ। ତେବେ କ୍ଷମତାକୁ ଆସିଲେ ଜିଏସ୍‌ଟିକୁ ଉଚ୍ଛେଦ କରିବେ ବୋଲି ମହାଥିର ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର