ବେଙ୍ଗାଲୁରୁ : ହଷ୍ଟେଲ ଭଡ଼ା ଉପରେ ବି ଜିଏସଟି ଆଦାୟ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ହଷ୍ଟେଲ କିମ୍ବା ପିଜି ରୁମରେ ରହୁଥିବା ଲୋକଙ୍କୁ ଏବେ ନିଜ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ରିପୋର୍ଟ ଅନୁଯାୟୀ ହଷ୍ଟେଲ-ପିଜି ଭଡ଼ା ଉପରେ ୧୨ ପ୍ରତିଶତ ଜିଏସଟି ଆଦାୟ କରାଯିବ। ତେବେ ଏବେ ଏହା କେବଳ କର୍ଣ୍ଣାଟକରେ ଲାଗୁ ହୋଇଛି । ପରେ ଜିଏସଟି ପରିଷଦ ଯଦି ଏ ସମ୍ପର୍କରେ ନିଷ୍ପତ୍ତି ନିଏ ତେବେ ସମଗ୍ର ଦେଶରେ ଏହା ଲାଗୁ ହୋଇପାରେ ।
ହଷ୍ଟେଲ ଭଡ଼ା ଉପରେ ଜିଏସଟି ଲାଗୁ କରିବାକୁ କର୍ଣ୍ଣାଟକ ଅଥରିଟି ଫର ଆଡଭାନ୍ସ ରୁଲିଂସ (ଏଏଆର)ର ନିଷ୍ପତ୍ତି ନେଇଛି । ଏହା ଫଳରେ କର୍ଣ୍ଣାଟକର ହଷ୍ଟେଲ ବା ପିଜିରେ ରହୁଥିବା ଲୋକଙ୍କୁ ଏବେ ଭଡ଼ା ବାବଦରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
ଜିଏସଟି-ଏଏଆର କହିଛି ଯେ ବାସିନ୍ଦାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ହଷ୍ଟେଲ ଭଡ଼ା "ଆବାସିକ ଆବାସ" ନୁହେଁ ତେଣୁ ଜିଏସଟି ଛାଡ଼ ପାଇଁ ଯୋଗ୍ୟ ନୁହେଁ । କର୍ଣ୍ଣାଟକର ଶ୍ରୀସାଇ ଲକ୍ଜରି ଷ୍ଟେ ଏଲଏଲପି ଦ୍ୱାରା ଦାୟର ଏକ ମାମଲାର ଶୁଣାଣି କରି ଏଏଆର ଏହି ନିର୍ଦ୍ଦେଶ ଦେଇଛନ୍ତି। କେବଳ ଆବାସିକ ଘର ଭଡ଼ା ଜିଏସ୍ ଟି ଛାଡ଼ ପାଇଁ ଯୋଗ୍ୟ ହେବ ବୋଲି ଏଏଆର୍ କହିଛି ।