ଶସ୍ତା ହେବ ୩୩ଟି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଜିଏସଟି ହାର କମିଲା

ନୂଆଦିଲ୍ଲୀ : ପ୍ରାୟ ୩୩ଟି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର କମିବାର ସମ୍ଭାବନା ରହିଛି । କାରଣ ଜିଏସଟି କାଉନସିଲ ଆଜି ୩୩ଟି ସାମଗ୍ରୀ ଉପରୁ ଜିଏସଟି ହାର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଏସବୁ ସାମଗ୍ରୀର ଜିଏସଟି ହାର ୧୮ ପ୍ରତିଶତରୁ ହ୍ରାସ ପାଇ ୧୨ ଓ ୫ ପ୍ରତିଶତ ରଖାଯାଇଛି । ଆଜି ବସିଥିବା ଜିଏସଟି କାଉନସିଲର ୩୧ତମ ବୈଠକ ପରେ ପଣ୍ଡିଚେରୀ ଉପ-ମୁଖ୍ୟମନ୍ତ୍ରୀ ଏନ.ନାରାୟଣସ୍ୱାମୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏସବୁ ସାମଗ୍ରୀ ଉପରୁ ଟିକସ ହ୍ରାସ ପାଇଁ କଂଗ୍ରେସ ଦାବି କରିଆସୁଥିଲା ।

ଗତ ମଙ୍ଗଳବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଜିଏସଟି ଲାଗୁହୋଇଥିବା ପ୍ରାୟ ୧୨ଶହ ସାମଗ୍ରୀର ୯୯ ପ୍ରତିଶତ ସାମଗ୍ରୀର ଜିଏସଟି ହାର ୧୮ ପ୍ରତିଶତ ତଳକୁ ହ୍ରାସ କରାଯିବ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନଠାରେ ଆଜି ଜିଏସଟି କାଉନସିଲର ୩୧ତମ ବୈଠକ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ବସିଥିଲା ।

ସମ୍ବନ୍ଧିତ ଖବର