ନୂଆଦିଲ୍ଲୀ : ଆଜିଠାରୁ ପ୍ରାୟ ୩୩ଟି ସାମଗ୍ରୀ ଓ ସେବା ଶସ୍ତା ହୋଇଛି । ଗତ ୨୨ ତାରିଖରେ ବସିଥିବା ଜିଏସଟି କାଉନସିଲର ୩୧ତମ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିଲା । ଯେଉଁ ସାମଗ୍ରୀ ଗୁଡିକରେ ଜିଏସଟି ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ ପାଇଛି ସେଗୁ଼ଡ଼ିକ ହେଉଛି ୩୨ ଇଞ୍ଚ ପର୍ଯ୍ୟନ୍ତ ମନିଟର ଓ ଏଲଇଡି ଟିଭି , ଗିଅରବକ୍ସ, ରିଟ୍ରେଡେଡ୍‌ ଟାୟାର, ପାଓ୍ଵାର ବ୍ୟାଙ୍କ, ଲିଥିୟମ ଆଇରନ ବ୍ୟାଟେରୀ, ଭିଡିଓ ଗେମ ଓ ଅନ୍ୟାନ୍ୟ କ୍ରୀଡା ସାମଗ୍ରୀ ଅନ୍ୟତମ ।

Advertisment

ଜୋତା ଉପରେ ଜିଏସଟି ହାର ୧୮ ପ୍ରତିଶତ ବଦଳରେ ୧୨ ପ୍ରତିଶତ ଲାଗୁ ହେବ । ଫ୍ରୋଜେନ ଭେଜିଟେବୁଲ ଉପରେ ଜିଏସଟି ଲାଗୁ ହେବ ନାହିଁ । ସେହିପରି ୧୦୦ ଟଙ୍କା ପର୍ଯ୍ୟନ୍ତ ସିନେମା ଟିକେଟ ଉପରେ ଟିକସ ହାର ୧୨ ପ୍ରତିଶତକୁ ହ୍ରାସ ପାଇଛି । ଏହା ଫଳରେ ସିନେମା ଟିକେଟ ଶସ୍ତା ହେବ । ସେହିପରି ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ସିନେମା ଟିକେଟ ଉପରେ ଜିଏସଟି ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି । ସୋଲାର ଏନର୍ଜି ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଏକ ସାଧାରଣ ସଂଚୟ ଜମା ଖାତା କିମ୍ବା ଜନଧନ ଖାତା ଖୋଲିବା ଉପରେ କୌଣସି ଜିଏସଟି ଲାଗୁ ହେବ ନାହିଁ । ଏବେ ମାତ୍ର ୨୮ଟି ବିଳାଶମୟ ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେଉଛି ।