ଜିଏସ୍‌ଟି ଜନିତ ମାନ୍ଦାବସ୍ଥା ସାମୟିକ: ଆସୋଚାମ୍‌

ନୂଆଦିଲ୍ଲୀ: ଦେଶରେ ଗତ ଜୁଲାଇରେ ଜିଏସ୍‌ଟି (ସାମଗ୍ରୀ ଏବଂ ସେବା ଟିକସ) କାର୍ଯ୍ୟକାରୀ ହେବା ଦ୍ୱାରା ଯେଉଁ ଅର୍ଥନୈତିକ ମାନ୍ଦାବସ୍ଥା ଦେଖାଦେଇଛି ତାହା ସାମୟିକ। ଭାରତ ଏବେ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ହାସଲର ଦ୍ୱାର ଦେଶରେ ପହଞ୍ଚିଛି ବୋଲି ପ୍ରମୁଖ ଶିଳ୍ପସଂଘ ଆସୋଚାମ୍‌ କହିଛି। ୟର୍ଣ୍ଣଷ୍ଟ ଆଣ୍ଡ ୟଙ୍ଗ ସହିତ ଆସୋଚାମ୍‌ ସହିତ ମିଳିତଭାବେ ପ୍ରସ୍ତୁତ କରିଥିବା ରିପୋର୍ଟକୁ ଉଦ୍ଧାର କରି ରବିବାର କହିଛି ବ୍ୟବସାୟିକ ପରିବେଶରେ ଉନ୍ନତି ଆଣିବା ଲାଗି ସରକାର ଯଦିଓ ଏକାଧିକ ପଦକ୍ଷେପ ନେଇଛନ୍ତି ତଥାପି ସାମୟିକ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର