ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜିଏସ୍ଟିଆର୍-୯ (ବାର୍ଷିକ ରିଟର୍ଣ୍ଣ) ଓ ଜିଏସ୍ଟିଆର୍-୯ସି (ରିକନ୍ସିଲିଏସନ୍ ଷ୍ଟେଟ୍ମେଣ୍ଟ୍) ଦାଖଲର ସମୟ ସୀମାକୁ ବଢ଼ାଇ ଦେଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷ ଲାଗି ଏହି ସମୟ ସୀମା ଚଳିତ ବର୍ଷର ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଥିବା ବେଳେ ୨୦୧୮-୧୯ ପାଇଁ ତାହା ୨୦୨୦ ମାର୍ଚ ୩୧କୁ ବୃଦ୍ଧି କରାଯାଇଛି।