ନୂଆଦିଲ୍ଲୀ : କ୍ରମାଗତ ଦ୍ବିତୀୟ ମାସ ଲାଗି ଜିଏସ୍ଟି ଆଦାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ୨୦୧୯ର ଡିସେମ୍ବରରେ ୧, ୦୩,୧୮୪ କୋଟି ଟଙ୍କାର ଜିଏସ୍ଟି ଆଦାୟ କରାଯାଇଛି। ଗତ ନଭେମ୍ବରରେ ୧,୦୩,୪୯୨ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିଲା। ସରକାରଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, କେନ୍ଦ୍ରୀୟ ଜିଏସ୍ଟି ବାବଦରେ ୧୯,୯୬୨ କୋଟି ଟଙ୍କା, ରାଜ୍ୟ ଜିଏସ୍ଟି ଆକାରରେ ୨୬,୭୯୨ କୋଟି ଟଙ୍କା ଏବଂ ସମନ୍ବିତ ଜିଏସ୍ଟି ଆକାରରେ ୪୮,୦୯୯ କୋଟି ଟଙ୍କା ଆଦାୟ କରାଯାଇଛି। ସେହି ସମୟରେ ୮୩୩୧ କୋଟି ଟଙ୍କାର ସେସ୍ ଆଦାୟ ହୋଇଛି।ବାର୍ଷିକ ଭିତ୍ତିରେ ତୁଳନାରେ କଲେ ୨୦୧୯ ଡିସେମ୍ବରରେ ୧୬% ଅଧିକ ଜିଏସ୍ଟି ଆଦାୟ ହୋଇଛି। ୨୦୧୮ ଡିସେମ୍ବରରେ ୯୭,୨୭୬ କୋଟି ଟଙ୍କାର ଜିଏସ୍ଟି ଆଦାୟ କରାଯାଇଥିଲା। ୨୦୧୯ର ଅଧିକାଂଶ ମାସ ଜିଏସ୍ଟି ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ଠାରୁ କମ୍ ରହିଥିଲା। ଅର୍ଥନୀତିରେ ଲାଗି ରହିଥିବା ମାନ୍ଦାବସ୍ଥା ପ୍ରଭାବରେ ଜିଏସ୍ଟି ଆଦାୟ କମିଥିଲା। ଗତ ଅକ୍ଟୋବରରେ ଏହି ଟିକସ ରାଶି ୯୫,୩୮୦ କୋଟି ଟଙ୍କା ଭଳି ସ୍ତରକୁ ଖସିଯାଇଥିଲା। ୨୦୧୯ ଡିସେମ୍ବରରେ ଓଡ଼ିଶାରେ ୨୩୮୩ କୋଟି ଟଙ୍କାର ଜିଏସ୍ଟି ଆଦାୟ କରାଯାଇଛି। ୨୦୧୮ ଡିସେମ୍ବରରେ ଆଦାୟ କରାଯାଇଥିବା ୨୩୪୭ କୋଟି ଟଙ୍କା ତୁଳନାରେ ଏହା ୨% ଅଧିକ।
ଜିଏସ୍ଟି ଆଦାୟ ଲକ୍ଷେ କୋଟି ଟପିଲା, ଓଡ଼ିଶାରେ ୨୩୮୩ କୋଟି
/sambad/media/post_attachments/wp-content/uploads/2019/12/gst-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)