ଜିଏସ୍‌ଟି ଚୋରି ଧରପଗଡ଼ରେ ୪୦୦% ବୃଦ୍ଧି

ଭୁବନେଶ୍ବର: ଗତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଡିଜିଜିଆଇ ଗୁଇନ୍ଦା ସଂସ୍ଥା ପକ୍ଷରୁ ୭୫୦୦ କୋଟି ଟଙ୍କା ମୂଲ୍ୟର ଜିଏସ୍‌ଟି ଚୋରିକୁ ଧରାଯାଇଛି ଯାହା ୨୦୨୦-୨୧ ତୁଳନାରେ ୪୦୦ ପ୍ରତିଶତ ଅଧିକ। ଧରପଗଡ଼ ବେଳେ ହୋଟେଲ୍‌, ରେସ୍ତୋରାଁ, ଠିକାଦାର, ସ୍ଥପତି, ବିଉଟି ପାର୍ଲର, ହେଲ୍‌ଥ କ୍ଲବ୍, ହସ୍ପିଟାଲ୍‌, ଲୁହା ଓ ଇସ୍ପାତ ଶିଳ୍ପ, କାଠ ଆସବାବପତ୍ର ବ୍ୟବସାୟ ଆଦି କ୍ଷେତ୍ରରେ ଜିଏସ୍‌ଟି ଠକେଇ ସାମ୍ନାକୁ ଆସିଥିଲା। ୨୦୨୨-୨୩ ଆର୍ଥିକ ବର୍ଷ‌େର ଧରପଗଡ଼କୁ ବହୁ ଗୁଣା ବୃଦ୍ଧି କରାଯିବ ଓ ଠକେଇରେ ଲିପ୍ତ ଥିବା ଟିକସଦାତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଂସ୍ଥାର ଅତିରିକ୍ତ ମହାନିର୍ଦେଶକ ଦେବାଶିଷ ସାହୁଙ୍କ ନେତୃତ୍ବରେ ଜିଏସ୍‌ଟି ଠକେଇରେ ଲିପ୍ତ ଥିବା ବ୍ୟକ୍ତି ଓ ବ୍ୟବସାୟୀଙ୍କ ଉପରେ ଲଗାତାର ଚଢ଼ଉ କରାଯାଇଥିଲା।

ସମ୍ବନ୍ଧିତ ଖବର