ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରେ ଜିଏସଟି ପରିଷଦର ବୈଠକ ହେବ। କେନ୍ଦ୍ରରେ ପ୍ରଥମ ଥର ପାଇଁ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ହୋଇଥିବା ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ୨୮ ପ୍ରତିଶତ ଜିଏସଟି ସ୍ଲାବରେ ଥିବା କେତେକ ସାମଗ୍ରୀକୁ ନିମ୍ନ ସ୍ତରର ଜିଏସଟି ହାର ପରିସରକୁ ଅଣାଯିବା ଯୋଜନା ରହିଛି। ଅନ୍ୟପକ୍ଷରେ ଟିକସଦାତାମାନଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ନୂଆ ଜିଏସଟି ରିଟର୍ଣ୍ଣ ବ୍ୟବସ୍ଥା ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବ୍ୟବସ୍ଥାରେ ଟ୍ରାଞ୍ଜିସନକୁ ସରଳ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ଜିଏସଟି ପରିଷଦର ୩୧ ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
୨୮% ଜିଏସଟି ସ୍ଲାବରୁ ହଟିବ ଅଧିକ ସାମଗ୍ରୀ
/sambad/media/post_attachments/wp-content/uploads/2019/06/GST-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)